କଟକ : ଆଉ ଦିନ କେଇଟା ପରେ ଦୀପାବଳି। ଭଳି କି ଭଳି ରଙ୍ଗୀନ ଦୀପ ଓ ଲାଇଟ ଲଗାଇ ସହରବାସୀ ନିଜ ଘରକୁ କରିଥାନ୍ତି ଚକ୍ମକ୍। ଫ୍ୟାନ୍ସି ଦୀପକୁ ସହରବାସୀ ଖୁବ ପସନ୍ଦ କରୁଥିବାବେଳେ ଏବେ ଲୋକଙ୍କ ବିଶ୍ବାସ ଓ ପବିତ୍ରତାକୁ ଆଧାର କରି ନିଆରା ଢଙ୍ଗରେ ରବୀନ୍ଦ୍ର ଓଝା ପ୍ରସ୍ତୁତ କରୁଛନ୍ତି ଗୋବର ଦୀପ। ଚଳିତବର୍ଷ ସହରରେ ପ୍ରଥମ ଥର ଏଭଳି ଦୀପ ତିଆରି ହେଉଥିବା କୁହାଯାଉଛି।
Sambadକଟକ ନୂଆପଡ଼ାସ୍ଥିତ କୁଞ୍ଜବିହାରୀ ରୋଡ୍ରେ ବାସ କରୁଥିବା ରବୀନ୍ଦ୍ର ପେସାରେ ଜଣେ ବୀମା କର୍ମଚାରୀ ହୋଇଥିବା ବେଳେ ଗୋମାତାଙ୍କ ପ୍ରଚାର ପ୍ରସାର କରିବା ତାଙ୍କର ନିଶା। ପଞ୍ଚ ଦ୍ରବ୍ୟ, ଯଥା:-ଗୋବର ପାଉଡର୍, ଘିଅ, ଗୋମୂତ୍ର, ଦହି ଓ କ୍ଷୀରରେ ତିଆରି ହୋଇଛି ଏହି ଗୋବର ଦୀପ। ଦର ଗୋଟା ୨ଟଙ୍କା ୫୦ ପଇସା। ଗୋବର ଦୀପ ସମ୍ପର୍କରେ ରବୀନ୍ଦ୍ର ନିଜ ଫେସ୍ବୁକ୍ ପେଜ୍ରେ ଅପଲୋଡ୍ କରିବା ପରେ ଲୋକ ଏହାକୁ ପସନ୍ଦ କରିବା ସହ କିଣିବା ପାଇଁ ଅର୍ଡର ମଧ୍ୟ କରୁଛନ୍ତି। ରବୀନ୍ଦ୍ରଙ୍କ କହିବା ଅନୁଯାୟୀ, ତାଙ୍କୁ ଏହି କାର୍ଯ୍ୟରେ ଗୋଶାଳାର ୪ଜଣ ସଦସ୍ୟ ସହଯୋଗ କରୁଛନ୍ତି। ସେମାନେ ମିଶି ଘଣ୍ଟାକ ଭିତରେ ପ୍ରାୟ ୬ ଶହ ଦୀପ ତିଆରି କରି ପାରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/cowdung.jpg)