କଟକ: ଜଗତପୁର ଥାନା ପାଖରେ ଥିବା ସ୍ପ୍ରିଙ୍ଗ ଅଫ ବ୍ରାଣ୍ଡ ନାମକ ନକଲି ମୃଦ୍ୟୁ ପାନୀୟ କମ୍ପାନି ଉପରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ଏବଂ ଜଗତପୁର ପୁଲିସର ମିଳିତ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ୪ ହଜାରରୁ ଉର୍ଦ୍ଧ୍ଵ ପାକିଙ୍ଗ ବୋତଲ, ଖାଲି ବୋତଲ, କେମିକାଲ, ପ୍ରସ୍ତୁତି ପାଇଁ ନିୟୋଜିତ ମେସିନ ଏବଂ ବିଭିନ୍ନ ବ୍ରାଣ୍ଡର ଲେବଲ, ଷ୍ଟିକର ପ୍ରଭୁତି ଜବତ ହୋଇଛି। ସିଏମସି ସ୍ୱାସ୍ଥ୍ୟ ଅଧିକାରୀ, ଖାଦ୍ୟ ସୁରକ୍ଷା ଅଧିକାରୀ, ଖାଦ୍ୟ ନିରୀକ୍ଷକ ସହ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ର ମେହେର ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ। ଖାଇବା ହୋଟେଲ ମଧ୍ୟରେ ଏହି ନକଲି ଥଣ୍ଡା ପାନୀୟ କାରଖାନା ଚାଲୁଥିଲା ବୋଲି ସୂଚନା ରହିଛି
କଟକ: ମୃଦ୍ୟୁ ପାନୀୟ କମ୍ପାନି ଉପରେ ସିଏମସି, ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସର ମିଳିତ ଚଢ଼ାଉ
/sambad/media/post_attachments/wp-content/uploads/2022/05/5e0baa01-28b7-4d00-b2da-10538d1a967e.jpg)