କଟକ: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ କଟକରେ ରଜ ମହୋତ୍ସବ ପାଳନ କରାଯାଉଛି। ଏହି ଉପଲକ୍ଷେ ନିଗମ ପକ୍ଷରୁ ‘ପିଠା ଅନ୍ ହ୍ବିଲ୍’ ବ୍ୟବସ୍ଥା ଆରମ୍ଭ କରାଯାଇଛି। ସିଡିଏ ଅଞ୍ଚଳରେ ଏକ ଗାଡ଼ିରେ ବିଭିନ୍ନ ପ୍ରକାରର ପିଠା ବୁଲିବୁଲି ବିକ୍ରି କରାଯାଉଛି। ଏହାବ୍ୟତୀତ ପାନ୍ଥନିବାସ ଓ ସିଲଭର ସିଟି ବୋଟ୍ କ୍ଲବ୍ରେ ପିଠା କାଉଣ୍ଟର ଖୋଲାଯାଇଥିଲା ବେଳେ ବୋଟ୍ କ୍ଲବ୍ରେ ଏକ ଦୋଳି ଲଗାଯାଇଛି। ଓଟିଡିସି ପକ୍ଷରୁ ପୋଡ଼ ପିଠା କେଜି ୪୦୦ ଟଙ୍କାରେ ଯୋଗାଇ ଦିଆଯାଉଥିଲାବେଳେ କାଉଣ୍ଟରରେ ୨୦ ଟଙ୍କିଆ ଆରିସା, କାକରା, ମଣ୍ତା ଇତ୍ୟାଦି ପିଠା ଉପଲବ୍ଧ ହେଉଛି। ଏହାବାଦ୍ ୨୦ ଟଙ୍କିଆ ରଜପାନ ମଧ୍ୟ ବିକ୍ରି କରାଯାଉଛି।
ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହି ରଜ ମହୋତ୍ସବ କାର୍ଯ୍ୟକ୍ରମ ଚାଲିବ ବୋଲି ପାନ୍ଥନିବାସ ମ୍ୟାନେଜର ସୟଦ ତାରିକ ଅଲ୍ଲୀ ସୂଚନା ଦେଇଛନ୍ତି। ବୋଟି˚ କ୍ଲବ୍ରେ ପିଲାମାନଙ୍କ ଖେଳିବା ପାଇଁ ଏକ ଦୋଳି ଲଗାଯାଇଛି। ବୋଟି˚ କ୍ଲବ୍କୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ମାଗଣାରେ ଦୋଳି ଖେଳିପାରିବେ ବୋଲି କୁହାଯାଇଛି। ତେବେ ମଙ୍ଗଳବାର ପ୍ରଥମ ଦିନରେ ପାନ୍ଥନିବାସ ଓ ପିଠା ଅନ୍ ହ୍ବିଲ୍ରେ ଭଲ ବ୍ୟବସାୟ ହୋଇଥିଲେ ସୁଦ୍ଧା ବୋଟି˚ କ୍ଲବ୍ରେ ମେଘୁଆ ପାଗ କାରଣରୁ ବ୍ୟବସାୟ ଟିକେ ମାନ୍ଦା ପଡ଼ିଛି। ତଥାପି ହାତରେ ଆଉ ଦୁଇ ଦିନ ଥିବାରୁ ଭଲ ବ୍ୟବସାୟ ପାଇଁ ତାରିକ ଅଲ୍ଲୀ ଆଶାବାଦୀ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/WHATSAPP-IMAGE-2022-06-14-AT-123940-PM090920.jpg)