କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟର ଶିକ୍ଷା ବିଭାଗ ଚଳିତବର୍ଷ ୟୁଜିସି ନେଟ୍ ପରୀକ୍ଷାରେ ଅଭୂତପୂର୍ବ ସଫଳତ ହାସଲ କରିଛି। ବିଭାଗର ୧୧ଜଣ ଛାତ୍ରଛାତ୍ରୀ ଜୁନିୟର ରିସର୍ଚ ଫେଲୋସିପ୍ ପାଇବା ପାଇଁ ଓ ୨୨ଜଣ ଆସିଷ୍ଟାଣ୍ଟ ପ୍ରଫେସର ପଦବି ପାଇଁ ଯୋଗ୍ୟ ବିବେଚିତ ହୋଇଥିବାର ବିଭାଗୀୟ ମୁଖ୍ୟ ଡକ୍ଟର ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି। ଉକ୍ତ ବିଭଗରେ ୟୁଜି, ପିଜି, ଏମ୍ଫିଲ୍, ପିଏଚ୍ଡି, ସହ ଇଣ୍ଟିଗ୍ରେଟେଡ୍ ବିଏସ୍ସି ବିଏଡ୍ ଓ ବିଏ ବିଏଡ୍ ପାଠକ୍ରମ ରହିଛି।
ବିଶ୍ବବିଦ୍ୟାଳୟର ଶିକ୍ଷା ବିଭାଗ ୨୦୧୮ରୁ ଶିକ୍ଷା ସଂକାୟ ଭାବରେ ଉନ୍ନତି ହୋଇଛି। ବିଭାଗରେ ଏବେ ୫ଜଣ ସ୍ଥାୟୀ ପ୍ରାଧ୍ୟାପକ ଓ ୪ଜଣ ଚୁକ୍ତି ଭିତ୍ତିକ ଅଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। ୧୯୪୩ରୁ ରେଭେନ୍ସା କଲେଜରେ ବିଭାଗ ଖୋଲିଥିବା ବେଳେ ୭୫ ବର୍ଷରୁ ଅଧିକ ବର୍ଷ ଧରି ଶିକ୍ଷକ, ଗବେଷକ, ଅଧ୍ୟାପକ ଓ ପ୍ରଶାସନିକ ଅଧିକାରୀ ନିର୍ମାଣରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ନିଜର ପରିଚୟ ସୃଷ୍ଟି କରିଛି।