ବହି ମଧ୍ୟରୁ ଆସିବ ପ୍ରଶ୍ନ; ମିଳିବ ଉତ୍ତର

ରେଭେନ୍ସା ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷା ସେପ୍ଟେମ୍ବର ୧୫ରୁ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟର ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ଚଳିତମାସ ୧୫ରୁ ୩୦ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ କରାଯିବ। କରୋନା ସ୍ଥିତିକୁ ଦେଖି ଏଥର ଅନ୍‌ଲାଇନ୍‌ରେ ଘରେ ବସି ଛାତ୍ରଛାତ୍ରୀ ଉତ୍ତର ଲେଖିବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଯେଉଁ ପ୍ରଶ୍ନପତ୍ର ଦିଆଯିବ ତାହାର ଉତ୍ତର ବହିରୁ ମିଳିବ। ଛାତ୍ରଛାତ୍ରୀଙ୍କୁ ପଚରା ଯାଉଥିବା ପ୍ରଶ୍ନ ସିଧା ସଳଖ ନହୋଇ ଟିକିଏ ବୁଲେଇ ବଙ୍କେଇ ପଚରାଯିବ। ଏଥର ଓପନ୍‌ ବୁକ୍‌ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀଙ୍କୁ ସ୍ବାଧୀନତା ମିଳିବ ପ୍ରଶ୍ନର ଉତ୍ତର ଲେଖିବାକୁ।

Times now

ଛାତ୍ରଛାତ୍ରୀ ଯାହା ପଢିଛନ୍ତି ଓ ବୁଝିଛନ୍ତି ତାହା ଉତ୍ତର ଖାତାରେ ଲେଖିବେ। ପରୀକ୍ଷାର ୫ ମିନିଟ୍‌ ପୂର୍ବରୁ ଛାତ୍ରଛାତ୍ରୀଙ୍କ ମେଲ ଆଇଡି କିମ୍ବା ହ୍ବାଟସଆପ୍ ନମ୍ବରକୁ ପ୍ରଶ୍ନ ପଠାଯିବ। ଏହା ସହିତ ରେଭେନ୍ସା ୱେବ୍‌ସାଇଟ୍‌ରେ ମଧ୍ୟ ପ୍ରଶ୍ନକୁ ଛଡାଯିବ। ପରୀକ୍ଷାର ୩୦ ମିନିଟ୍‌ ମଧ୍ୟରେ ଛାତ୍ରଛାତ୍ରୀ ଉତ୍ତର ଖାତାର ‌ଫଟୋ ଉଠାଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଦିଆଯାଇ ଥିବା ମେଲ ଆଇଡି କିମ୍ବା ହ୍ବାଟସଆପ୍‌ରେ ପଠାଇବେ। ମେଲ୍‌ କିମ୍ବା ବହି ମଧ୍ୟରେ ସବୁ ପ୍ରଶ୍ନର ଉତ୍ତର ରହିଛି। ଛାତ୍ରଛାତ୍ରୀ ବହି ସହିତ ଅନ୍ୟାନ୍ୟ ସହାୟକ ବହି ପଢି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ବୋଲି ରେଭେନ୍ସା ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ଡକ୍ଟର ସୁଦର୍ଶନ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର