ବେଆଇନ ଭାବେ ଗାଡି ପାର୍କିଂ ପାଇଁ ଚାଲିଗଲା ୨ ଜୀବନ

କଟକ: ବେଆଇନ ଭାବେ ଗାଡି ପାର୍କିଂ ପାଇଁ ଚାଲିଗଲା ୨ ଅମୂଲ୍ୟ ଜୀବନ। କଟକ ମଙ୍ଗୁଳି ନିକଟସ୍ଥ ୧୬ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଛି। ଏବଂ ଅନ୍ୟଜଣେ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଟାଙ୍ଗୀ ପୁଲିସ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛି। ମିଳିଥିବା ସୂଚନା ଅନୁସାରେ ଜାତୀୟ ରାଜପଥର ତୃପ୍ତି ମୋଟର୍ସ ସାମ୍ନାରେ ଏକ ପିକଅପ ଭ୍ୟାନ ଚଣ୍ଡୀଖୋଲ ଆଡ଼ୁ ଆସୁଥିବା ସମୟରେ ଏହି ରାସ୍ତାରେ ବେଆଇନ ଭାବେ ପାର୍କିଙ୍ଗ କରିଥିବା ଏକ ଆଙ୍ଗେଲ ବୋଝେଇ ଟ୍ରଲର ପଛରେ ପିକଅପ ଭ୍ୟାନଟି ପିଟି ହୋଇଯାଇଥିଲା।

ଏବଂ ଘଟଣା ସ୍ଥଳରେ ୨ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଖବର ପାଇ ଜାତୀୟ ରାଜପଥର ଆମ୍ବୁଲାନ୍ସ ଏବଂ ପେଟ୍ରୋଲିଂ ଭ୍ୟାନ ସେଠାରେ ପହଁଚି ମୃତ ଦେହ ଦୁଇଟିକୁ ବହୁ କଷ୍ଟରେ ଉଦ୍ଧାର କରାଯାଇଛି ଏବଂ ଅନ୍ୟ ଗୁରୁତର ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ପଠାଇଛି। ମୃତ ୨ ଜଣଙ୍କର ପରିଚୟ ମିଳି ପାରି ନାହିଁ।

ସମ୍ବନ୍ଧିତ ଖବର