ସିଡିଏ ବାସିନ୍ଦାଙ୍କ ପ୍ରଶ୍ନ: ରାସ୍ତାଘାଟ, ଡ୍ରେନ୍ ମରାମତି, ପରିମଳ ବ୍ୟବସ୍ଥା ସଜାଡିବା ଦାୟିତ୍ବ କାହାର?

କଟକ: ସିଡିଏ ସେକ୍ଟର–୬ରେ ରହୁଛନ୍ତି ୨୫୫୦ ପରିବାର। ସେକ୍ଟର-୬ ଅନ୍ତର୍ଗତ ହଇରାଣପୁର ବସ୍ତିରେ ରହୁଛନ୍ତି ୯୬ ପରିବାର। ସମସ୍ତ ବାସିନ୍ଦା ସିଏମସିକୁ ହୋଲଡିଂ ଟିକସ ଦେଉଛନ୍ତି। କିନ୍ତୁ ରାସ୍ତାଘାଟ, ଡ୍ରେନ୍ ମରାମତି, ପରିମଳ ବ୍ୟବସ୍ଥା ସଜାଡିବା ଦାୟିତ୍ବ କାହାର? ଏ ପ୍ରଶ୍ନ ଏବେ ସିଡିଏ ବାସିନ୍ଦାଙ୍କୁ ଆନ୍ଦୋଳିତ କରୁଛି। ରାସ୍ତାରେ କୁଢକୁଢ ଅଳିଆ ଜମା ହୋଇ ରହୁଛି। ସେକ୍ଟର–୬ସ୍ଥିତ ବିଏସ୍‌ଏନଏଲ ଅଫିସ ସମ୍ମୁଖରେ ଡ୍ରେନ କଭର ଭାଙ୍ଗି ପଡ଼ିଛି। ତାହା ସଫା ବି ହେଉନି। ଅମୃତ ଯୋଜନା ପାଇପ ବିଛା କାମ ପାଇଁ ଦୀର୍ଘ ଦିନଧରି ଖୋଳା ମାଟି ଓ ଭଙ୍ଗା ସ୍ଲାବ୍ ଗୁଡ଼ିକ ରାସ୍ତାରେ ଜମା ହୋଇ ରହିଛି। ଗ୍ୟାସ ଲାଇନ ବିଛା ପାଇଁ ଖୋଳା ଯାଇଥିବା ରାସ୍ତା ଏବେ ବି ମରାମତି ନହୋଇ ପଡି ରହିଛି।

ଷ୍ଟ୍ରିଟ ଲାଇଟ୍ ଅଧିକାଂଶ ସ୍ଥାନରେ ଅଚଳ। ବିଦ୍ୟୁତ ଖୁଣ୍ଟରେ ଗଛ ଲଟା ମାଡ଼ି ରହିଛି। ଏସବୁ ମରାମତି ରକ୍ଷଣାବେକ୍ଷଣ ଦାୟିତ୍ବ କାହାର? କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଘଟଣା ସଂପର୍କରେ ହାଇକ‌ୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏ ସମ୍ପର୍କରେ ଆଡ଼ଭୋକେଟ କମିଟିକୁ ଆଇନଜୀବି ଗଦାଧର ସାହୁ ଅବଗତ କରିଛନ୍ତି।

ସମ୍ବନ୍ଧିତ ଖବର