ଆଇଏଏସ୍‌ ଅଫିସରଙ୍କ ବାହାଘର ଭୋଜିରେ ଚୋରି

ମା’-ପୁଅ ଗିରଫ: ସୁନା, ମୋବାଇଲ ଜବତ

କଟକ-ସିଡିଏ : ସିଡିଏରେ ଜଣେ ଆଇଏଏସ୍‌ ଅଫିସରଙ୍କ ବାହାଘର ଭୋଜିରେ ନିମନ୍ତ୍ରିତ ଅତିଥଙ୍କ ବ୍ୟାଗ୍‌ ଚୋରି ହୋଇଛି। ମର୍କତନଗର ଥାନା ପୁଲିସ ଏହି ଚୋରି ଘଟଣାରେ ମା’-ପୁଅଙ୍କୁ ଗିରଫ କରିଛି। ଅଭିଯୁକ୍ତ ମା’ ଶକୁନ୍ତଳା ବାରିକ(୫୫) ଏବ˚ ପୁଅ ବିଭାସ କୁମାର ବାରିକ(୩୫)ଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଥିବା ବେଳେ ଚୋରି ହୋଇଥିବା ମୋବାଇଲ୍‌ ଏବ˚ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ପୁଲିସ ଜବତ କରିଥିବା ସୂଚନା ମିଳିଛି।

ସିଡିଏରେ ଆଇଏଏସ୍‌ ଅଫିସରଙ୍କ ପରିବାର ସଦସ୍ୟଙ୍କ ବାହାଘର ଭୋଜି ଚାଲିଥିବା ବେଳେ ବଜ୍ରକବାଟି ରୋଡର ଜଣେ ଆଇନଜୀବୀ ଅରୂପ କୁମାର ପଣ୍ତା ତାଙ୍କ ସ୍ତ୍ରୀ ଓ ଝିଅଙ୍କ ସହିତ ଭୋଜି ଖାଇବାକୁ ଆସିଥିଲେ। ଭୋଜିରେ ତାଙ୍କ ଝିଅର ଭ୍ୟାନିଟ୍‌ ବ୍ୟାଗ ଚୋରି ହୋଇଥିଲା। ବ୍ୟାଗ୍‌ରେ ଥିବା ପ୍ରାୟ ୬୦ ହଜାର ଟଙ୍କାର ଦାମି ମୋବାଇଲ୍‌ ଫୋନ୍‌, ଏଟିଏମ୍‌ କାର୍ଡ, ସୁନା ଅଳଙ୍କାର ଏବ˚ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଚୋରି ହୋଇଇଥିବା ସଂପର୍କରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମୋବାଇଲ୍‌ ନମ୍ବର ଟ୍ରାକି˚ କରି ସିଡିଏ ସେକ୍ଟର ୭ ମାଇନର ସ୍କୁଲ ପାଖ ପ୍ଲଟ ନ˚ ୮୨୭/ଏଫ୍‌ରେ ରହୁଥିବା ଶକୁନ୍ତଳା ଏବ˚ ବିଭାସକୁ ଗିରଫ କରିିଥିଲା। ସେମାନଙ୍କୁ ଜେରା ପରେ ପୁଲିସ ରୋଚକ ତଥ୍ୟ ହାସଲ କରିଥିଲା। ଉଭୟ ମା’-ପୁଅ ସିଡିଏ ଆଖପାଖ ଅଞ୍ଚଳରେ ଅଜଣା ଲୋକଙ୍କ ବାହାଘର ଭୋଜିକୁ ଯାଇ ଏଭଳି କାଣ୍ତ କରୁଥିଲେ। ଅନେକ ସମୟରେ ଏକାଧିକ ବାହାଘରରେ ଅତିଥିଙ୍କର ମୂଲ୍ୟବାନ ସାମଗ୍ରୀ ଚୋରି କରିଥିବା ବେଳେ ପୁଲିସ ହାତରୁ କିନ୍ତୁ ଖସିଯାଉଥିଲେ।

ସମ୍ବନ୍ଧିତ ଖବର