ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ପକ୍ଷରୁ ନୂଆ ରୋବୋଟିକ୍ ସର୍ଜରି ଉତ୍କର୍ଷ କେନ୍ଦ୍ରର ଶୁଭାରମ୍ଭ

କଟକ: ରାଜ୍ୟର ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍‌ ପକ୍ଷରୁ ରୋବୋଟିକ୍ ସର୍ଜରି ଉତ୍କର୍ଷ କେନ୍ଦ୍ର ସିଏସ୍ଆର୍ (ବ୍ରିଟେନ୍) ‘ରୋବୋଟିକ୍ ଏସ୍ଏକ୍ସ ସିଷ୍ଟମ୍’ (ଭେରସିଅସ୍)ର ଶୁଭାରମ୍ଭ କରାଯାଇଛି। ଏହା ରାଜ୍ୟର ପ୍ରଥମ ଧରଣର ଷ୍ଟେଟ୍ ଅଫ୍ ଆର୍ଟ ରୋବୋଟିକ୍ ସର୍ଜରି ଉତ୍କର୍ଷ କେନ୍ଦ୍ର। ସ୍ୱାସ୍ଥ୍ୟ ସେବା ଯାତ୍ରାରେ ଏହାକୁ ଏକ ବୃହତ ମାଇଲଖୁଂଟ ଭାବେ ବିଚାର କରିବା ସହ ହସ୍ପିଟାଲ୍‌ର ବିଶ୍ୱାସ ରହିଛି ଯେ ଏହି ଉତ୍କର୍ଷ କେନ୍ଦ୍ର ଦ୍ୱାରା ଓଡ଼ିଶାର ଲୋକମାନେ ବିଶେଷ ଭାବେ ଉପକୃତ ହେବେ। ସେମାନଙ୍କୁ ସର୍ଜରି କରିବା ଲାଗି ମେଟ୍ରୋ ସହରକୁ ଯାତ୍ରା କରିବାକୁ ପଡ଼ିବ ନାହିଁ। ରୋବୋଟିକ୍ ସର୍ଜରିର ଦାମ୍ ଯଦିଓ ଲାପ୍ରୋ‌ସ୍କୋପିକ୍ ସର୍ଜରି ଠାରୁ ସାମାନ୍ୟ ଅଧିକ, କିନ୍ତୁ ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍‌ରେ ଏହି ସର୍ଜରି ମେଟ୍ରୋ ସହରରେ ସଂଗ୍ରହ କରାଯାଉଥିବା ଦାମ୍‌ରେ ଏକ ତୃତୀୟାଂଶ ମୂଲ୍ୟରେ ହୋଇପାରିବ। ଲାପ୍ରୋସ୍କୋପିକ୍ ସର୍ଜରି ତୁଳନାରେ ରୋବୋଟିକ୍ ସର୍ଜରି ଅନେକ ବିଶେଷ ଲାଭ ମଧ୍ୟ ରହିଛି। ଓଡ଼ିଶାର ଏକ ଅଗ୍ରଣୀ ଉତ୍କର୍ଷ କେନ୍ଦ୍ର ଭାବେ ଏହା ଲାପ୍ରୋସ୍କୋପିକ୍ ସର୍ଜରି ତୁଳନାରେ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରିବ। ରୋବୋଟିକ୍ ସର୍ଜରିରେ ସର୍ଜନ ଅତି କ୍ଷୁଦ୍ର ଛିଦ୍ର କରି ଥ୍ରୀଡ଼ି ମୋଡ୍‌ରେ ତାହାକୁ ବଢ଼ାଇ ସର୍ଜରି କରିପାରିବେ।

Sambad

ରୋବୋଟିକ୍ ଉପକରଣ ଏଣ୍ଡୋରିଷ୍ଟ୍ ସୁବିଧା ୭୨୦ ଡିଗ୍ରି ଘୁରିପାରିବ। ଏଣ୍ଡୋରିଷ୍ଟକୁ ବ୍ୟବହାର କରି ମାନ ଚକଟିକୁ ଘୁରାଇବା ଅଧିକ ସହଜ ହେବ। ରକ୍ତଶ୍ରାବ ଓ ଯନ୍ତ୍ରଣା ବହୁତ କମ୍ ରହିବ। ଲାପ୍ରୋସ୍କୋପିକ୍ ଅସ୍ତ୍ରୋପଚାର ତୁଳନାରେ ରୋଗୀଙ୍କ ହସ୍ପିଟାଲ୍‌ରେ ରହିବା ସମୟ କରିବ। ସର୍ଜରିର ୨୪ ଘଂଟା ପରେ ରୋଗୀ ଡିଶ୍ଚାର୍ଯ ହୋଇପାରିବେ। ଲାପ୍ରୋସ୍କୋପିକ୍ ମାଧ୍ୟମରେ ହେଉଥିବା ସବୁ ପ୍ରକାର ସର୍ଜରି ରୋବୋଟିକ୍ ବ୍ୟବସ୍ଥା ଜରିଆରେ ହୋଇପାରିବ। ଅପର ଜିଆଇ ସର୍ଜରି, ଏସୋଫାଗସ, ପେଟ ଓ ପାନକ୍ରିଆସ୍, ହେପାଟୋ ବିଲିଆରି ଓ ପାନକ୍ରିଆସ ସର୍ଜରି, ଯକୃତ, ଗଲବ୍ଲାଡର, ବାଇଲ ଡକ୍ଟ, ପାନକ୍ରିଆସ, କିଡ୍ନି, ସ୍ପ୍ଲିନ୍ ଓ ଯକୃତ, କୋରୋରେକ୍ଟାଲ୍ ସର୍ଜରି, କ୍ୟାନସର ସର୍ଜରି, ରାଡିକାଲ୍ ପ୍ରୋଷ୍ଟାଷ୍ଟିକ୍ ସର୍ଜରି, ବେରିଏଟ୍ରିକ୍ ସର୍ଜରି, ସବୁ ପ୍ରକାର ହାର୍ନିଆ ସର୍ଜରି, ଫୁସ୍‌ଫୁସ୍, ଥାଇମସ୍, ହାତ ଓ ବେକ ଏବଂ ଦାନ୍ତର ମଇଳା ଆଦିର ସର୍ଜରି ରୋବୋଟିକ୍ ବ୍ୟବସ୍ଥା ଜରିଆରେ ହୋଇପାରିବ। ଥାଇରଏଡ଼ ସର୍ଜରି ମଧ୍ୟ ରୋବୋଟିକ୍ ସର୍ଜରି ମାଧ୍ୟମରେ କରାଯାଇପାରିବ ବୋଲି ହସ୍ପିଟାଲର ଚିଫ୍ ସର୍ଜନ ଆଣ୍ଡ୍ ସିଏମ୍‌ଡ଼ି ଡକ୍ଟର ଶ୍ରୀଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର