ଡିକି ଭାଙ୍ଗି ୩.୮୦ ଲକ୍ଷ ଲୁଟ୍‌

ବାଙ୍କୀ : ବାଙ୍କୀ ଅଞ୍ଚଳରେ ବାଇକ୍‌ ଡିକି ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଇଛନ୍ତି ୩ ଲକ୍ଷ ୮୦ ହଜାର ଟଙ୍କା। ବାଙ୍କୀ କରବର ଗ୍ରାମର ବାବୁଲି ଦଳେଇ ଷ୍ଟେଟବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ସିନେମା ହଲ୍‌ ନିକଟରେ ବାଇକ ରଖି କିଛି ଦୂରକୁ ଯାଇ ଜଣେ ବ୍ୟକ୍ତିଙ୍କ ସହ କଥାବର୍ତ୍ତା ହେଉଥିଲେ। ସେଠାରୁ ଫେରି ଦେଖିବା ପରେ ତାଙ୍କ ବାଇକ୍‌ ଡ଼ିକି ଖୋଲା ପଡିଥିଲା ଏବଂ ସେଥିରେ ଟଙ୍କା ବ୍ୟାଗ୍‌ ନଥିଲା। ଟଙ୍କା ଚୋରି ସଂପର୍କରେ ସେ ବାଙ୍କୀ ଥାନାରେ ଅଭିଯୋଗ କରିଛନ୍ତି। ବାଙ୍କୀରେ କ୍ରମାଗତ ଭାବେ ବାଇକ୍‌ ଡିକିରୁ ଟଙ୍କା ଚୋରି ହେଉଥିବାରୁ ଲୋକେ ସର୍ବନିମ୍ନ ସତର୍କତା ଅବଲମ୍ବନ କରିବାକୁ ବାଙ୍କୀ ପୁଲିସ ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର