କଟକ: ମସଲା ଓ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ପକ୍ଷରୁ କଟକ ସହରରେ ଖୋଲିବାକୁ ଯାଉଛି ରୁଚି-ଫ୍ରୋଜିଟ୍ର ଏକ ବିଶାଳ ଫୁଡ୍ ଆଉଟଲେଟ୍। ଆସନ୍ତା ୧୦ ତାରିଖ ରବିବାର ଦିନ ମହାନଦୀବିହାରର ଜଷ୍ଟିସ ଛକ ନିକଟରେ ଏହା ସହରବାସୀଙ୍କ ପାଇଁ ଖୋଲିବ ବୋଲି ଲିଙ୍କରୋଡସ୍ଥିତ ମନୀଷା ରେସିଡେନ୍ସିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରୁଚିର ନିର୍ଦ୍ଦେଶିକା ରଶ୍ମି ସାହୁ ସୂଚନା ଦେଇଛନ୍ତି। ଖୋଲିବାକୁ ଥିବା ଆଉଟ୍ଲେଟ୍ରେ ଦିନରାତି ୨୪ ଘଣ୍ଟା ଗ୍ରାହକଙ୍କୁ ଫ୍ରେସ୍ ପ୍ୟାକେଟ୍ ଖାଦ୍ୟ ମଳିବ। ଏହି ନୂଆ ଆଉଟ୍ଲେଟ୍ରେ ଜନସାଧାରଣ ଖାଦ୍ୟ ଖାଇବା ସହ ରୁଚି ଏବଂ ଫ୍ରୋଜିଟ୍ର ବିଭିନ୍ନ ସାମଗ୍ରୀ ସହଜରେ ଓ ସୁବିଧାରେ କିଣି ପାରିବେ। ଆଉଟ୍ଲେଟ୍ରେ ବିଭିନ୍ନ ପ୍ରକାର ଅର୍ଗାନିକ୍ ସାମଗ୍ରୀ ମଧ୍ୟ ମିଳିବ। କଟକର ବିଭିନ୍ନ ପର୍ବପର୍ବାଣୀ ସମୟରେ ଏଠାରେ ସ୍ବତନ୍ତ୍ର ପାରଂପାରିକ ଖାଦ୍ୟ ପ୍ରସ୍ତୁତ କରାଯିବ ବୋଲି ଶ୍ରୀମତୀ ସାହୁ କହିଛନ୍ତି।
ସହରବାସୀ ଏଠାରେ ଖାଦ୍ୟ ଖାଇବା, ସାଙ୍ଗରେ ପ୍ୟାକେଟ୍ ନେବାର ସୁଯୋଗ ପାଇବା ସହିତ ଖାଦ୍ୟ ଓ ଆଉଟ୍ଲେଟ୍ର ସେବା ଉପରେ ସେମାନଙ୍କ ମତାମତ ଦେଇ ପାରିବେ। ଆସନ୍ତା ୧୦ ତାରିଖ ଅପରାହ୍ନ ୪ଟାରେ ଓଡ଼ିଆ ନାୟିକା ଅର୍ଚ୍ଚିତା ଓ ଯୁବ ଅଭିନେତା ଶୁଭାଶିଷ ଏହି ଆଉଟ୍ଲେଟ୍କୁ ଉଦ୍ଘାଟନ କରିବେ। ଉଦ୍ଘାଟନ ଉତ୍ସବରେ ସମସ୍ତ ଗ୍ରାହକ ଓ ଦର୍ଶକଙ୍କୁ ସ୍ବତନ୍ତ୍ର ରିହାତି ପ୍ରଦାନ କରିଯିବା ନେଇ ରୁଚି ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକାନ୍ତ ମହାପାତ୍ର, ଆଦ୍ୟାଶା ପଟ୍ଟନାୟକ, ଶିଳ୍ପା ଦାସ, ଲୋକସମ୍ପର୍କ ବିଭାଗର ସାଗରିକା ମହାପାତ୍ର, ଦେବସ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଉଲ୍ଲାସ ଚନ୍ଦ୍ର ବେହୁରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/RUCHI-FROZIT-FOOD-OUTLET094132.jpg)