ଗୋଳିଆ ସ୍ଥିତିରେ ସାଲେପୁର ରାଜନୀତି : ଟିକେଟକୁ ନେଇ ସବୁ ଦଳରେ ଦ୍ବନ୍ଦ୍ବ

କଟକ, (ସୀମନ୍ତିକା ନନ୍ଦ): ଦିନକୁ ଦିନ ଗୋଳିଆ ହେବାରେ ଲାଗିଛି ସାଲେପୁର ରାଜନୀତି। କିଏ ଜିତିବ ସାଲେପୁର ବାଜି ତା’ ଏବେ ବିଜେଡି, କଂଗ୍ରେସ ପାଇଁ ମର୍ଯ୍ୟାଦାର ପ୍ରଶ୍ନ। କଂଗ୍ରେସ ବିଧାୟକ ପ୍ରକାଶ ବେହେରା େକତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି ତ ଆଉ କେତେବେଳେ ବିନା ଦଳୀୟ ଚିହ୍ନରେ ଶକ୍ତି ପ୍ରଦର୍ଶନ କରି େଭାଟରଙ୍କୁ ଦ୍ବନ୍ଦ୍ବରେ ପକାଉଛନ୍ତି। ହେେଲ କେଂଗ୍ରସରେ କିନ୍ତୁ ତାଙ୍କ ସ୍ଥାନ ସୁରକ୍ଷିତ ରହିଛି।

ଅନ୍ୟପଟେ ୨୦୧୪ ନିର୍ବାଚନରେ ଅଳ୍ପଭୋଟ ବ୍ୟବଧାନରେ ପରାସ୍ତ ହୋଇଥିବା‌ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା ବିଜେଡିର ତୁଙ୍ଗ ନେତାଙ୍କ ଭରସାରେ ତାଙ୍କ ଅଭିଯାନ ଚଳାଇଛନ୍ତି। ବିଜେଡିରୁ ପ୍ରଶାନ୍ତ ଟିକେଟ୍‌ ପାଇବା ଏକପ୍ରକାର ସ୍ପଷ୍ଟ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ତେବେ କଂଗ୍ରେସ ବିଧାୟକ ପ୍ରକାଶ େବହେରା ବିେଜଡି ଯାଇପାରନ୍ତି େବାଲି ବି ଚର୍ଚ୍ଚା ଚାଲିଛି। ଏସବୁ ଭିତରେ କିନ୍ତୁ ବିଜେପିରୁ ଏହି ଆସନ ପାଇଁ ଅନେକ ଦାବିଦାର ରହିଛନ୍ତି।

ତେବେ, ପ୍ରକାଶ ବେହେରାଙ୍କ ରାଜନୈତିକ ମତିଗତି ତାଙ୍କ ପାଖ ଲୋକ ବି ଠଉରାଇ ପାରୁନାହାନ୍ତି। ଜାନୁଆରିରେ ‘ଆସନ୍ତୁ ଚାଲିବା ପଦଯାତ୍ରା କାର୍ଯ୍ୟକ୍ରମ ଜରିଆରେ ପ୍ରକାଶ ‌ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। କିନ୍ତୁ ସେଥିରେ କଂଗ୍ରେସ ପତାକା, ଚିହ୍ନ କି ବରିଷ୍ଠ କଂଗ୍ରେସ ନେତାଙ୍କୁ ଦେଖିବାକୁ ମିଳି ନଥିଲା। ପଦଯାତ୍ରାରେ ତାଙ୍କୁ ଭଲପାଉଥିବା ସବୁବର୍ଗର ଜନସାଧାରଣଙ୍କୁ ସେ ସାମିଲ ହେବା ପାଇଁ ଆହ୍ବାନ ଦେଇଥିେଲ। ଅନେକ କଂଗ୍ରେସ କର୍ମୀ, ସାଲେପୁର ବ୍ଲକ୍‌ ଅଧ୍ୟକ୍ଷା ମଧ୍ୟ ପଦଯାତ୍ରାରେ ସାମିଲ ହୋଇଥିଲେ। ଏପରିକି ଦଶହରା, ନବବର୍ଷ ସବୁ ଶୁଭେଚ୍ଛା ବ୍ୟାନରେ ସେ କେବଳ ନିଜର ଫଟୋ ଲଗାଇଥିଲେ। କିନ୍ତୁ ସେଥିରେ ମଧ୍ୟ କଂଗ୍ରେସର କୌଣସି ଚିହ୍ନ ବା ଦଳୀୟ ନେତାଙ୍କ ଫଟୋ ମଧ୍ୟ ରଖିନଥିଲେ। ଦୀର୍ଘଦିନ ହେବ ପ୍ରକାଶ ବିଜେଡିକୁ ଯିବେ ବୋଲି ହେଉଥିବା ଚର୍ଚ୍ଚା ସଂପର୍କରେ କୌଣସି ସ୍ପଷ୍ଟ ଉତ୍ତର ଏଯାଏ ଦେଇନାହାନ୍ତି ପ୍ରକାଶ।

କେବଳ ସେତିକି ନୁହେଁ ‘ପିଠା’ କାର୍ଯ୍ୟକ୍ରମ ପାଇଁ ଲଗାଯାଇଥିବା ତୋରଣରେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଓ ଅନ୍ୟପଟେ ପ୍ରକାଶଙ୍କ ଫଟୋ ଲଗାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମରେ ବିଧାୟକ ଯୋଗଦେଇନଥିଲେ। ବିଜୁ ଜୟନ୍ତୀରେ ମଧ୍ୟ ଟାଙ୍ଗୀରେ ସକାଳେ ପ୍ରଶାନ୍ତ ବେହେରା ବିଜୁ ଜୟନ୍ତୀ ପାଳନ କରିଥିବାବେଳେ ସଂଧ୍ୟାରେ ବିଧାୟକ ପ୍ରକାଶ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ସମାବେଶ କରିଥିଲେ। ପ୍ରକ‌ାଶ ଚର୍ଚ୍ଚ‌ାରେ ରହିବା ପାଇଁ ଏଭଳି ନୀତି ଆ‌ପଣାଉଥିବା ଶୁଣିବାକୁ ମିଳୁଛି।

କଂଗ୍ରେସର ଯେଉଁମାନେ ବିଧାୟକ ରହିଛନ୍ତି ସେମାନଙ୍କୁ ସେହି ଆସନରୁ କଂଗ୍ରେସ ପୁଣି ଥରେ ସୁଯୋଗ ଦେବା ପାଇଁ ଦଳ ନିସ୍ପତ୍ତି ନେଇଛି। ଫଳରେ କଂଗ୍ରେସର ସାମ୍ଭବ୍ୟ ପ୍ରାର୍ଥୀ ତାଲିକାରେ ମଧ୍ୟ ସାଲେପୁର ପାଇଁ ପ୍ରକାଶଙ୍କ ନାମ ପ୍ରକାଶିତ ହୋଇଛି।

ବିଜେପିରେ ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିଚାଲିଛି। ବିଜେପିରୁ ଜିଲ୍ଲା ସଭାପତି ତଥା ୨୦୧୪ ନିର୍ବାଚନରେ ପ୍ରାର୍ଥୀ ଥିବା ଚୌଧୁରୀ ହେମନ୍ତ ସାହୁ, ରଶ୍ମିରଞ୍ଜନ ଲେଙ୍କା, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚ ଉପସଭାପତି ସତ୍ୟବାଦୀ ଚଇନି, କୁଞ୍ଜମୋହନ ସେଠୀ, ଦୁ‌େର୍ଯ୍ୟାଧନ ଲେଙ୍କା, ସରୋଜ ନାୟକ, ପୂର୍ବତନ ବିଧାୟକ ରାଜୁ ରାମଙ୍କ ପୁଅ ବାବୁପ୍ରିୟ ରଘୁପତି ରାମ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ରହିଛି। ଏଥିସହ ଆଗାମୀ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀଭାବେ ଜ୍ୟୋତିପ୍ରସାଦ ପତି ପ୍ରାର୍ଥୀ ‌େହବେ ବୋଲି ଘେଷଣା କରିବା ସହ ଏକ ସମାବେଶ କରି ସାଲେପୁରରେ ତାଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

କଂଗ୍ରେସ   ପ୍ରକାଶ ବେହେରା    ୭୮,୩୪୩
ବିଜେଡି    ପ୍ରଶାନ୍ତ ବେହେରା    ୭୬,୨୨୬
ବିଜେପି    ଚୌଧୁରୀ ହେମନ୍ତ କୁମାର ସାହୁ ୭,୭୧୨

ସମ୍ବନ୍ଧିତ ଖବର