ଟଙ୍କିକିଆ ସିଙ୍ଗଡ଼ା, ରମଜାନ୍‌ ମାସରେ କଟକରୁ ଯାଏ ଦୁବାଇ

କଟକ: ରମଜାନ ମାସରେ କଟକରୁ ଦୁବାଇ ଯାଏ ଟଙ୍କିକିଆ ସିଙ୍ଗେଡ଼ା। ଏହି ଟଙ୍କିକିଆ ସିଙ୍ଗେଡ଼ା ପାଇଁ କଟକର କ୍ଷୀରୋଦ କୁମାର ସାହୁ ବେଶ୍ ପ୍ରସିଦ୍ଧ। ପୂର୍ବରୁ ୫୦ ପଇସା ଥିବା ସିଙ୍ଗେଡା ଏବେ କୋଭିଡ଼ ସମୟରେ ବଢି ୧ ଟଙ୍କା ହୋଇଛି। ସିଙ୍ଗେଡ଼ା ସହ ରସୁଣ ଚଟଣୀ ଓ ମଟର ଆଳୁ ତରକାରୀ ‌ହେଉଛି କ୍ଷୀରୋଦଙ୍କ ସ୍ବତନ୍ତ୍ର। କଟକର ସତୀଚଉରା ଛକରେ ବାସ କରୁଥିବା ବିଭୁତି ଭୂଷଣ ସାହୁ ଓ ରେଣୁବାଳା ସାହୁଙ୍କ ବଡ଼ପୁଅ କ୍ଷୀ‌ରୋଦଙ୍କ ବୟସ ଏବେ ୩୯ ବର୍ଷ। ସେ ଜଣେ ସ୍ନାତକ ଛାତ୍ର। ହେଲେ ଆଜିକୁ ୧୪ ବର୍ଷ ହେବ କରୁଛନ୍ତି ଜଳଖିଆ ବ୍ୟବସାୟ। ଏହି ବ୍ୟସାୟରେ କ୍ଷୀରୋଦଙ୍କୁ ସହଯୋଗ କରନ୍ତି ତାଙ୍କ ସାନ ଭାଇ ସୁଜିତ କୁମାର ସାହୁ।

Sambad

ସତୀଚଉରା ଛକରେ ନିଜର ଜୟ ଜଗନ୍ନାଥ ଟିଫିନ୍‌ ସେଣ୍ଟର ଜଳଖିଆ ଦୋକାନରେ ବିକୁଛନ୍ତି ସେମାନେ ବିକ୍ରି କରନ୍ତି ବରା, ପିଆଜି, ସିଙ୍ଗେଡ଼ା, ଆଳୁଚପ। କିନ୍ତୁ ତାଙ୍କର ସବୁଠୁ ଅଧିକ ଡ଼ିମାଣ୍ତ ହେଉଛି ସିଙ୍ଗେଡ଼ା ସହ ମଟର ଆଳୁ ତରକାରୀ ଓ ରସୁଣ ଚଟଣୀ। ପ୍ରଥମରୁ ବରା, ପିଆଜି, ଆଳୁଚପ ତିଆରି କରି ଆସୁଥିବା ବେଳେ ଆଜିକୁ ୬ ବର୍ଷ ହେବ ସେ ଆରମ୍ଭ କରିଛନ୍ତି ୧ ଟଙ୍କିଆ ସିଙ୍ଗେଡ଼ା। ରମଜାନ ମାସରେ କଟକରୁ ସ୍ବତନ୍ତ୍ର ଭାବେ ଅର୍ଡ଼ର କରାଯାଇ ଏହାକୁ ପଠାଯାଏ ଦୁବାଇ। ଦୁବାଇବାସୀ ଏହାକୁ ବେଶ ପସନ୍ଦ କରନ୍ତି। ଅପରାହ୍ନ ୪ ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଏହି ୧ ଟଙ୍କିଆ ଜଳଖିଆ ବେପାର କରିଥାନ୍ତି କ୍ଷୀରୋଦ। ଏଥିରେ ଦିନକୁ ସେ ପ୍ରାୟ ୨ହଜାର ଟଙ୍କା ରୋଜଗାର କରିଥାନ୍ତି। କ୍ଷୀରୋଦ କୁହନ୍ତି ଯେ, ୧୪ ବର୍ଷ ହେବ ଏହି ଜଳଖିଆ ବେପାର ସେମାନେ ଦୁଇ ଭାଇ କରି ଆସୁଛନ୍ତି। ପ୍ରାୟ ପ୍ରତ୍ୟେକ ଦିନ ତାଙ୍କର ଏହି ଜଳଖିଆ ସରିଯାଏ। ଅନେକ ଗ୍ରାହକ ବି ନିରାଶ ହୋଇ ଫେରନ୍ତି। ଦର ତୁଳନାରେ ସେମାନେ ଖାଦ୍ୟର ମାନକୁ ଗୁରୁତ୍ବ ଦେଇ ଆସିଛନ୍ତି ବୋଲି ‌କ୍ଷୀରୋଦ କୁହନ୍ତି।

ସମ୍ବନ୍ଧିତ ଖବର