ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା: ୫୦୦୦ ମିଟରରେ ରେକର୍ଡ କଲେ ସମସାଦ୍‌ ଆରା ବେଗମ୍‌

କଟକ: ସମସାଦ୍‌ ଆରା ବେଗମ ଗୁରୁବାର ନୂଆ ରେକର୍ଡ ସ୍ଥାପନ କରିଛନ୍ତି। କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ୬୫ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ସେ ୫୦୦୦ ମିଟର ଦୌଡ଼ରେ ସେ ଏଭଳି ସୁନାମ ଆଣିଛନ୍ତି। କଟଟର ସାଇ(ସ୍ପୋଟ୍‌ର୍ସ ଅଥରଟି ଅଫ୍‌ ଇଣ୍ଡିଆ)ର ଛାତ୍ରୀ ବେଗମ୍‌ ୧୮ମିନିଟ୍‌ ୧୪.୦୯ ସେକେଣ୍ଡରେ ଏହି ମିଶନକୁ ପୂରଣ କରିଛନ୍ତି। ପୂର୍ବରୁ ୧୯୯୮ରେ ଗୁରୁବାରୀ ବେହେରା ୫୦୦୦ ମିଟରକୁ ୧୮ ମିନିଟ ୨୫.୦୬ ସେକେଣ୍ଡରେ ପୂରା କରିଥିଲେ।

ତିନି ଦିବସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ରାଜ୍ୟର ୩୪ଟି ୟୁନିଟ୍‌ରୁ ୧୫୩୪ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ମହିଳା ବର୍ଗରେ ୪୭୪ ଜଣ ଓ ପୁରୁଷ ବର୍ଗରେ ୯୭୨ଜଣ ପ୍ରତିଯୋଗୀ ଭାଗନେଇଛନ୍ତି। ସେହିଭଳି ଖେଳକୁମ୍ଭରେ ୬୮ଜଣ ଅଫିସିଆଲ୍‌ ଓ ୨୦୦ଜଣ ଟେକ୍‌ନିକାଲ୍‌ ଅଫିସିଆଲ୍‌ ନେଇଛନ୍ତି। ୧୫୯ ପ୍ରକାରର ଇଭେଣ୍ଟସ୍‌କୁ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଗୁରୁବାର ଉଦ୍‌ଘାଟନ କରିଥିବା ବେଳେ ଓଡ଼ିଶା ଏଥଲେଟିକ୍‌ ସଂଘର ସଭାପତି ଜଗମୋହନ ପଟ୍ଟନାୟକ ଓ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର