ସାରଦାଙ୍କ ମିଶ୍ରଣ ପର୍ବ ଫେବ୍ରୁଆରି ୨ରେ

ଯୋଗଦେବେ ଧର୍ମେନ୍ଦ୍ର

ମାହାଙ୍ଗା : ମାହାଙ୍ଗା ବିକାଶ ପରିଷଦର ଅଧ୍ୟକ୍ଷ ସାରଦା ପ୍ରଧାନ ଫେବ୍ରୁଆରି ୨ ତାରିଖରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବେ। ଆସନ୍ତା ଫେବ୍ରୁଆରି ୨ରେ କୁଆଁପାଳ ସ୍ଥିତ ବଣୁଆ ମହାପୁରୁଷ ପୀଠରେ ଏନେଇ ଅନୁଷ୍ଠିତ ହେବ ମିଶ୍ରଣପର୍ବ, ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ତୁଙ୍ଗନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାରଦା ସୂଚନା ଦେଇଛନ୍ତି।

ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ବରାହିପୁର ପଞ୍ଚାୟତସ୍ଥିତ ବିଦେଇ ବାବା ମହାପୁରୁଷ ପୀଠ ପରିସରରେ ଆଜି ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୃଷକ ନେତା ବିଶ୍ୱନାଥ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିକାଶ ପରିଷଦର ଅଧ୍ୟକ୍ଷ ସାରଦା ପ୍ରସାଦ ପ୍ରଧାନ, ପୂର୍ବତନ ବ୍ଳକ୍‌ ଅଧ୍ୟକ୍ଷ କୁଳମଣି ବରାଳ, ପୂର୍ବତନ ବ୍ଳକ୍‌ କଂଗ୍ରେସ ସଭାପତି ଋଷିକୁମାର ରାଉତ, ସମିତିସଭ୍ୟ ରମାକାନ୍ତ ବରାଳ, ସମିତିସଭ୍ୟ ରଞ୍ଜିତ ସାହୁ, ରଶ୍ମିରଂଜନ ରାଉତ, ପୂର୍ବତନ ଯୁବ ବିଜେଡି ସଭାପତି ଶ୍ରୀକାନ୍ତ ରାଉତ ପ୍ରମୁଖ ଯୋଗଦେଇ ଏହି ମିଶ୍ରଣ କାର୍ଯ୍ୟକ୍ରମରେ କିପରି ଅଧିକରୁ ଅଧିକ ଲୋକ ଯୋଗଦେବେ ସେନେଇ ଉଦ୍‌ବୋଧନ ଦେଇଥିଲେ। ।

ସମ୍ବନ୍ଧିତ ଖବର