କଟକ: ଏସ୍ସିବିରେ ବର୍ଜ୍ୟବସ୍ତୁ ପରିଚାଳନାରେ ଦେଖାଦେଇଛି ଗୁରୁତର ବିଭ୍ରାଟ। କରୋନା ପରଠାରୁ ବର୍ଜ୍ୟବସ୍ତୁ ଦେଢ଼ ଟନ୍ ପାଖାପାଖି ହୋଇଯାଇଛି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଥିବା ଇନ୍ସିନେରେଟରର କ୍ଷମତା ପାଉ ନାହିଁ। କିନ୍ତୁ ସରକାର ଦୀର୍ଘମାସ ହେଲା ଏହାର କ୍ଷମତା ବୃଦ୍ଧି ପାଇଁ ଚିନ୍ତା କରୁ ନଥିବାରୁ ଶେଷରେ ଗଦା ହୋଇଥିବା ଟନ୍ ଟନ୍ ବର୍ଜ୍ୟବସ୍ତୁ ଦହନ ପାଇଁ ବ୍ରହ୍ମପୁର ପଠାଯାଉଛି। କୋଭିଡ୍ ପରିଚାଳନା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏହାକୁ ସଜାଡ଼ିବା ପାଇଁ ମାତ୍ର ୨୦ଲକ୍ଷ ଟଙ୍କା ଆସିବାକୁ ୧ମାସ ଲାଗିଗଲା। ଏବେ ଟଙ୍କା ଆସିଛି, ଖୁବ୍ ଶୀଘ୍ର ଏହାର ମରାମତି କରାଯିବ ବୋଲି ଏସ୍ସିବି ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ଏସ୍ସିବିରେ କରୋନା ପୂର୍ବରୁ ଏସ୍ସିବିରେ ପୂର୍ବରୁ ୪ଶହ କିଲୋ, ଆଚାର୍ଯ୍ୟ ହରିହର, ସିଟି ହସ୍ପିଟାଲକୁ ମିଶାଇଲେ ପାଖାପାଖି ୮ଶହ କିଲୋ ବର୍ଜ୍ୟବସ୍ତୁ ବାହାରୁଥିଲା। ତେବେ କରୋନା ପାଇଁ ଏବେ ବର୍ଜ୍ୟବସ୍ତୁ ପରିମାଣ ଢେର୍ ବଢ଼ିଯାଇଛି। ଏପରି ସ୍ଥିତି ହୋଇଛି ଯେ, ଦିନ ଦିନ ଧରି ବର୍ଜ୍ୟବସ୍ତୁ ଦହନ ହୋଇ ନପାରି ବାୟୋୱେଷ୍ଟ୍ ମ୍ୟାନେଜମେଣ୍ଟ ପ୍ଲାଣ୍ଟରେ ଗଦା ହୋଇ ପଡ଼ି ରହିବା ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ଏହାଫଳରେ କୋଭିଡ୍ ବର୍ଜ୍ୟବସ୍ତୁରୁ ପୁଣି ଏକ ନୂଆ ସଂକ୍ରମଣର ଆଶଙ୍କା ଥିବାରୁ ବର୍ଜ୍ୟବସ୍ତୁ ପରିଚାଳନା ଦାୟିତ୍ବରେ ରହିଥିବା ଠିକା ସଂସ୍ଥାକୁ ତୁରନ୍ତ ବର୍ଜ୍ୟବସ୍ତୁ ଉଠାଇବା ପାଇଁ ଏସ୍ସିବି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ।
ଫଳରେ ଏସ୍ସିବିର ବର୍ଜ୍ୟବସ୍ତୁ ବ୍ରହ୍ମପୁରକୁ ପଠାଯାଉଥିବା ଏସ୍ସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା ସୂଚନା ଦେଇଛନ୍ତି। ତେବେ ଏହାର କ୍ଷମତା ବଢ଼ାଇବା ଓ ମରାମତି ପାଇଁ ୨୦ଲକ୍ଷ ଟଙ୍କା ଏସ୍ସିବି ପକ୍ଷରୁ ରାଜ୍ୟ ସରକାରଙ୍କୁ ମଗାଯାଇଥିଲା। ତାହା ଏବେ ଆସିଛି। ଖୁବ୍ଶୀଘ୍ର ଏହାର ମରାମତି କରାଯିବା ପରେ ବର୍ଜ୍ୟବସ୍ତୁ ପରିଚାଳନାରେ ଆଉ ସମସ୍ୟା ରହିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/scb-scbmch.nic_.in_-1.jpg)