କଟକ: କଟକ ବଡ଼ ଡାକ୍ତରଖାନା ରଞ୍ଜନ ରଶ୍ମି ବିଭାଗ ସମ୍ମୁଖରେ ଥିବା ଓପିଡି ଅର୍ଥାତ ବର୍ହିବିଭାଗ ରୋଗୀଙ୍କ ପାଇଁ ଥିବା ନିରାମୟ କାଉଣ୍ଟରରେ ଖରାରେ ଲମ୍ବା ଲାଇନ୍ରେ ଔଷଧ ପାଇଁ ଛିଡା ହେଉଛନ୍ତି ରୋଗୀ ଓ ସଂପର୍କୀୟ। ଖରାରୁ ବର୍ତ୍ତିବା ପାଇଁ ସେଡ୍ ବି ନାହଁ। କେବଳ କାଉଣ୍ଟରରୁ ବାହାରି ଥିବା ଆଜବେଷ୍ଟସର ଛାଇ ଯେତିକି ଖରାରୁ ମୁକ୍ତି ଦେବ।
ବର୍ଷା ହେଲେ ବି ସେହି ସ୍ଥିତି। ଛତା ଧରି କାଉଣ୍ଟରରୁ ଔଷଧ ନେବାକୁ ଧାଡି ବାନ୍ଧୁଛନ୍ତି ରୋଗୀ ଓ ସଂପର୍କୀୟ। ଓପିଡି ରୋଗୀଙ୍କ ସଂଖ୍ୟା ପ୍ରତି ଦିନ ବଢୁଥିବାବେଳେ କାଉଣ୍ଟର ପାଇଁ ସେଡ୍ ବ୍ୟବସ୍ଥା କରାଯିବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/scb-scbmch.nic_.in_.jpg)