ଏସସିବିରେ ରୋଗୀ ଯନ୍ତ୍ରଣା, ଲମ୍ବା ଲାଇନ୍‌, ଖରା ପାଇଁ ସେଡ୍‌ ବି ନାହିଁ

କଟକ: କଟକ ବଡ଼ ଡାକ୍ତରଖାନା ରଞ୍ଜନ ରଶ୍ମି ବିଭାଗ ସମ୍ମୁଖରେ ଥିବା ଓପିଡି ଅର୍ଥାତ ବର୍ହିବିଭାଗ ରୋଗୀଙ୍କ ପାଇଁ ଥିବା ନିରାମୟ କାଉଣ୍ଟରରେ ଖରାରେ ଲମ୍ବା ଲାଇନ୍‌ରେ ଔଷଧ ପାଇଁ ଛିଡା ହେଉଛନ୍ତି ରୋଗୀ ଓ ସଂପର୍କୀୟ। ଖରାରୁ ବର୍ତ୍ତିବା ପାଇଁ ସେଡ୍‌ ବି ନାହଁ। କେବଳ କାଉଣ୍ଟରରୁ ବାହାରି ଥିବା ଆଜବେଷ୍ଟସର ଛାଇ ଯେତିକି ଖରାରୁ ମୁକ୍ତି ଦେବ।

ବର୍ଷା ହେଲେ ବି ସେହି ସ୍ଥିତି। ଛତା ଧରି କାଉଣ୍ଟରରୁ ଔଷଧ ନେବାକୁ ଧାଡି ବାନ୍ଧୁଛନ୍ତି ରୋଗୀ ଓ ସଂପର୍କୀୟ। ଓପିଡି ରୋଗୀଙ୍କ ସଂଖ୍ୟା ପ୍ରତି ଦିନ ବଢୁଥିବାବେଳେ କାଉଣ୍ଟର ପାଇଁ ସେଡ୍‌ ବ୍ୟବସ୍ଥା କରାଯିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର