ଏସ୍‌ସିବିରେ ଖୋଲିଲା ଦ୍ବିତୀୟ କରୋନା ଓ୍ୱାର୍ଡ, ସନ୍ଦିଗ୍ଧଙ୍କ ସଂପର୍କରେ ଆସିଥିବା ବ୍ୟକ୍ତିଙ୍କୁ ରଖାଯିବ

ଏସ୍‌ସିବି କରୋନା ଓ୍ୱାର୍ଡରେ ଆଉ ଜଣେ ସନ୍ଦିଗ୍ଧ, ଡେନମାର୍କ ନାଗରିକଙ୍କୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ

କଟକ : କଟକ ଏସ୍‌ସିବି ବଡ଼ ଡାକ୍ତରଖାନାରେ ଆଜିଠାରୁ ଖୋଲିଛି ଦ୍ବିତୀୟ କରୋନା ଓ୍ୱାର୍ଡ। କିନ୍ତୁ ନିଷ୍ପତ୍ତି ଅନୁଯାୟୀ ଏଠାରେ କରୋନା ଆକ୍ରାନ୍ତ ଅଥବା ସନ୍ଦିଗ୍ଧ ରୋଗୀଙ୍କୁ ରଖାଯିବ ନାହିଁ। ଏହି ରୋଗୀଙ୍କ ସ˚ସ୍ପର୍ଶରେ ଯଦି କୌଣସି ବ୍ୟକ୍ତି ଆସିଥିବେ ତେବେ ସେମାନଙ୍କୁ ଏହି ନୂଆ ଵାର୍ଡରେ ଅତିକମ୍‌ରେ ୧୪ ଦିନ ପର୍ଯ୍ୟନ୍ତ ରଖାଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବ। ଯଦି ସେମାନେ ଆକ୍ରାନ୍ତ ହୋଇଥାନ୍ତି, ତାହେଲେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ପୁରୁଣା ଵାର୍ଡକୁ ନିଆଯାଇ ସେଠାରେ ଚିକିତ୍ସା କରାଯିବ। ନଚେତ୍‌ ୧୪ ଦିନ ପରେ ସେମାନଙ୍କୁ ଡିସ୍‌ଚାର୍ଜ କରିଦିଆଯିବ ବୋଲି କଟକ ବଡ ଡାକ୍ତରଖାନାର ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ ସୂଚନା ଦେଇଛନ୍ତି। ପଲ୍‌ମୋନାରି ମେଡିସିନ୍‌ ବିଭାଗ ନିକଟରେ ନିର୍ମାଣ ହୋଇଥିବା ଏହି ଉତ୍କୃଷ୍ଟ କେନ୍ଦ୍ରରେ ୬୦ଟି ବେଡ୍‌ର ବ୍ୟବସ୍ଥା କରାଯାଇଛି। ଏଥିସହିତ ୪ଟି ଆଇସିୟୁ ବେଡ୍‌ ସ˚ରକ୍ଷିତ ହୋଇ ରହିଛି। ଅନ୍ୟପଟେ ପୁରୁଣା ଵାର୍ଡରେ ବର୍ତ୍ତମାନ ୫୪ଟି ବେଡ୍‌ ରହିଥିଲା ବେଳେ ସେଥିରେ ୮ଟି ଆଇସିୟୁ ବେଡ୍‌ ରହିଥିବା ପ୍ରଫେସର ପଟ୍ଟନାୟକ ସୂଚନା ଦେଇଛନ୍ତି।

ଏସ୍‌ସିବି କରୋନା ଓ୍ୱାର୍ଡରେ ଆଉ ଜଣେ ସନ୍ଦିଗ୍ଧ, ଡେନମାର୍କ ନାଗରିକଙ୍କୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ
କଟକ : କଟକ ବଡ଼ ଡାକ୍ତରଖାନା କରୋନା ଵାର୍ଡରେ ଆଜି ଆଉ ଜଣେ ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ସ˚ପୃକ୍ତ ସନ୍ଦିଗ୍ଧ ଗତ ୫ ଦିନ ତଳେ ଇଟାଲିରୁ କଟକ ଫେରିଛନ୍ତି। ତାଙ୍କୁ ଜ୍ବର ସହ ଥଣ୍ତା, କାଶ ହେବାରୁ ସନ୍ଦେହରେ ତାଙ୍କୁ କରୋନା ଵାର୍ଡରେ ରଖାଯାଇଛି। ରବିବାର ତାଙ୍କର ଲାଳର ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ଡ଼ାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଏହି ଵାର୍ଡରେ ଭର୍ତ୍ତି ହୋଇଥିବା ସନ୍ଦିଗ୍ଧଙ୍କ କରୋନା ପରୀକ୍ଷା ନେଗେଟିଭ୍‌ ଆସିଛି। ତଥାପି ନିୟମ ଅନୁସାରେ ତାଙ୍କୁ ୧୮ ତାରିଖ ପର୍ଯ୍ୟନ୍ତ ଚିକିତ୍ସା କରାଯିବା ପରେ ଡିସ୍‌ଚାର୍ଜ କରାଯିବ। ଏହାକୁ ମିଶାଇ କରୋନା ଵାର୍ଡରେ ଏଯାଏ ମୋଟ ୯ଜଣ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଜଣ ଡିସ୍‌ଚାର୍ଜ ହୋଇ ଘରକୁ ଫେରିସାରିଲେଣି।

ଅନ୍ୟପକ୍ଷରେ କଲେଜ ଛକସ୍ଥିତ ଏକ ଜଣାଶୁଣା ହୋଟେଲରେ ଜଣେ ବିଦେଶୀ ନାଗରିକଙ୍କ ରହଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଶୁକ୍ରବାର ସ˚ଧୢାରେ ଡେନମାର୍କର ଜଣେ ନାଗରିକ ଏକ କୋର୍ଟ ମାମଲାରେ କଟକରେ ପହଞ୍ଚିଥିଲେ। ଶନିବାର ସକାଳେ ତାଙ୍କ ଓକିଲଙ୍କ ସହିତ ସେ ପୁରୀ ବୁଲିବାକୁ ଯାଇଥିଲେ। ଏ ବିଷୟରେ ଜାଣିବା ପରେ ସ୍ଥାନୀୟ ଲୋକମାନେ ଏହାର ବିରୋଧ କରିଥିଲେ। ପରେ ଘଟଣା ବିଷୟରେ ମାଲଗୋଦାମ ଥାନା ଓ ବଡ଼ ଡାକ୍ତରଖାନାକୁ ଖବର ଦିଆଯାଇଥିଲା। ତେବେ ଏ ସ˚କ୍ରାନ୍ତରେ ସ˚ପୃକ୍ତ ହୋଟେଲ ମାଲିକ କହିଛନ୍ତି ଯେ, ଏହି ଡେନମାର୍କ ନାଗରିକ ଦିଲ୍ଲୀରେ ପାଖାପାଖି ୫ଦିନ ରହିଛନ୍ତି। ସେଠାରେ ବିମାନବନ୍ଦରରେ ତାଙ୍କର ଯାଞ୍ଚ କରାଯାଇଥିଲା। ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଶୁକ୍ରବାର ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ମଧ୍ୟ ତାଙ୍କର ଯାଞ୍ଚ କରାଯିବା ପରେ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏସବୁ କାଗଜପତ୍ର ସେ ଦେଖାଇବା ପରେ ତାଙ୍କୁ ହୋଟେଲରେ ରହିବାକୁ ଅନୁମତି ଦିଆଯାଇଛି। ଏପରିକି ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ତାଙ୍କ ରହଣି ବାବଦରେ ଥାନା, ବଡ଼ ଡାକ୍ତରଖାନା ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର