କଟକ: ଫାର୍ମ ହାସଉସରେ ସେକ୍ସ ରାକେଟ ଠାବ; ଯୁବତୀ ଉଦ୍ଧାର, ୩ ଗିରଫ

କଟକ: ଚୌଦ୍ୱାର ଅଞ୍ଚଳର ମଣ୍ଡାପଡ଼ାରେ ଥିବା ଏକ ଫାର୍ମ ହାଉସ୍‌ରେ ଦେହ ବେପାର ଚାଲିଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଚୌଦ୍ୱାର ଥାନା ପୁଲିସ ମଙ୍ଗଳବାର ରାତି ୮ଟାରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୁଲିସ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି। ପୁଲିସ ସେମାନଙ୍କ ଠାରୁ ୩ଟି ବାଇକ୍‌, ନଗଦ ୨୩,୦୦୦ ଟଙ୍କା, ମୋବାଇଲ ଓ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି।

ପୁଲିସ ସେକ୍ସ ରାକେଟ ଘଟଣା ସହିତ ଜଡ଼ିତ କଟକ ଜିଲ୍ଲାର ଚୌଦ୍ୱାର ଥାନା ଅନ୍ତର୍ଗତ କପିଳେଶ୍ୱର ନୂଆସାହି ଗାଁର ଭରତ ନେପାଳ (୨୭), ଟାଙ୍ଗି ଥାନା ଅନ୍ତର୍ଗତ ବଣିକା ଗାଁର ଶିବ ପ୍ରସାଦ ସ୍ୱାଇଁ ଓରଫ ଶିବ (୨୯) ଓ କୁଜିବର ଗାଁର ହରେକୃଷ୍ଣ ରାଉତ ଓରଫ ହାଟୁଆ (୫୩)କୁ ଗିରଫ କରିଥିବା ବେଳେ କଟକ ଜଗତପୁର ଅଞ୍ଚଳର ବାବୁ ନାଁରେ ଜଣେ ବ୍ୟକ୍ତି ଫେରାର ଅଛି।

ସମ୍ବନ୍ଧିତ ଖବର