ନିର୍ମାଣ ଶ୍ରମିକମାନଙ୍କୁ ସଂଗଠିତ କରିବାରେ ଓଡ଼ିଶା ସରକାର ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି: ପ୍ରତାପ ଜେନା

କଟକ: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ। ଏ ଅବସରରେ କଟକ ସହିଦ ଭବନରେ ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ ପାଳିତ ହୋଇଛି । ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, କଟକ ମେୟର ସୁବାସ ସିଂ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଯୋଗ ଦେଇଥିଲେ। ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ହୋଇଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ। ଅଣସଂରକ୍ଷିତ ଶ୍ରମିକମାନଙ୍କ ପାଇଁ ମଧ୍ୟ ସରକାର ଦ୍ବାରା ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି।

ତେବେ ନିର୍ମାଣ ଶ୍ରମିକମାନଙ୍କୁ ସଂଗଠିତ କରିବାରେ ଓଡ଼ିଶା ସରକାର ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ତେବେ ମେ ୧ ତାରିଖରୁ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରି ସରକାର ଶ୍ରମିକ ଦିବସର ଭେଟି ଦେଇଛନ୍ତି। ତେବେ ଆଗାମୀ ଦିନରେ ଶ୍ରମିକମାନଙ୍କ ବିକାଶ ନିଶ୍ଚୟ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।

ସମ୍ବନ୍ଧିତ ଖବର