୧୬୫ ଗ୍ରାମ ସୁନା ଅଳଙ୍କାର, ଲାପଟପ ଜବତ; ୬ ଦୁର୍ବୁତ୍ତ ଗିରଫ

କଟକ: ଚୌଦ୍ୱାର ଥାନା ପୁଲିସ ଦ୍ୱାରା ଛଅଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୧୬୫ ଗ୍ରାମର ସୁନା ଗହଣା ସହ ଦୁଇଟି ଲାପଟପ୍‌, ଦୁଇ ଚକିଆ ଯାନ ଏବଂ କଟର ମଧ୍ୟ ଜବତ ହୋଇଛି।। ଗତ ମାସ ୨୮ ତାରିଖରେ ଚୌଦ୍ୱାର ଚାରିବାଟିଆ ଠାରେ ଘଟିଥିବା ଏକ ଡକାୟତି ମାମଲାର ତଦନ୍ତ କରୁଥିବା ଚୌଦ୍ୱାର ଥାନା ପୁଲିସ ଏହି ଗ୍ୟାଙ୍ଗକୁ ଠାବ କରିଥିଲା। କଟକ ରାଣୀହାଟ ବାସିନ୍ଦା କୁଖ୍ୟାତ ଅପରାଧି ଚିକୁ ଓରଫ ଅନୀଲ ବେହେରା ଏହି ଗ୍ୟାଙ୍ଗ ଲିଡ଼ର ଥିଲା।

Sambad

ଚିକୁ ନାଁରେ କଟକର ବିଭିନ୍ନ ଥାନାରେ ୧୩ଟି ମାମଲା ରହିଥିବାବେଳେ ୨୦୨୦ରେ ଚିକୁକୁ ଏନ୍‌କାଉଣ୍ଟର କରିଥିଲା ପୁଲିସ। ତେବେ ଚିକୁ ନିଜ ସହଯୋଗୀଙ୍କ ଜରିଆରେ ପ୍ରଥମେ ଲୁଟ କରିବାକୁ ଥିବା ଘରୁ ସୁଯୋଗ ଉଣ୍ଡି ଡକାୟତି କରୁଥିବା ନେଇ ସୂଚନା ଦେଇଛନ୍ତି କଟକ କମିସନରେଟ ପୁଲିସର ଅତିରିକ୍ତ ଡିସିପି ପ୍ରମୋଦ ରଥ।

ସମ୍ବନ୍ଧିତ ଖବର