କଟକ ସହରରେ ୬ କୋଭିଡ୍‌ କେୟାର ସେଣ୍ଟର ପ୍ରସ୍ତୁତ; ସହାୟତା‌ ଯୋଗାଇ ଦେବେ ନୋଡାଲ ଅଫସିର

କଟକ: ମହାନଗର ନିଗମ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କୋଭିଡ୍‌ କେୟାର ସେଣ୍ଟର ବା ସିସିସି ଖୋଲାଯାଇଛି। ଘରେ ହେମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେବାକୁ ସୁବିଧା ନଥିବା କିମ୍ବା ଲକ୍ଷଣ ନଥିବା ଆକ୍ରାନ୍ତଙ୍କୁ ସିସିସିରେ ରହିବାକୁ କୁହାଯାଉଛି।  ନିଗମ ପକ୍ଷରୁ ଏବେ ବୋସ୍‌ କମ୍ପ୍ୟୁଟର ଲ୍ୟାବ୍‌ରେ ୮୦ ଶଯ୍ୟା, ଆଇଏମ୍‌ଆଇଟିରେ ୮୦,  ଏଲ୍‌ଆଣ୍ଡଟିରେ ୧୫୦ ଶଯ୍ୟା, ବୋସ୍‌ ନୂଆ ହଷ୍ଟେଲରେ ଶହେ ଓ ପୁରୁଣା ହଷ୍ଟେଲରେ ୧୫୦,  ଖପୁରିଆ ଆଇଟିଆଇରେ ଶହେ ଶଯ୍ୟା ବିଶିଷ୍ଟ ସିସିସି ଖୋଲା ଯାଇଛି। ଅନ୍ୟପଟେ ଓଡ଼ିଶା ଅଲମ୍ପିକ ଆସୋସିଏସନ୍‌, ଜେଏନ୍‌ ଇଣ୍ଡୋର ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଉଛି। ମାତ୍ର ଏବେ କେବଳ ତିନିଟି କେନ୍ଦ୍ର ଯଥା ବୋସ୍‌ ଲ୍ୟାବ୍‌, ଆଇଏମ୍‌ଆଇଟି ଓ ଏଲ୍‌ଆଣ୍ଟଟିରେ ଅକ୍ରାନ୍ତଙ୍କୁ ରଖି ଚିକିତ୍ସା କରାଯାଉଛି।

ନିଗମ ପକ୍ଷରୁ ସମସ୍ତ କୋଭିଡ୍‌ କେୟାର ସେଣ୍ଟର ପାଇଁ ନୋଡାଲ୍‌ ଅଫିସରଙ୍କୁ ନିୟୋଜିତ କରାଯାଇଛି। ସିସିସିରେ ରହି ଚିକିତ୍ସିତ ହେବାକୁ ଇଚ୍ଛୁକ ଥିବା ଆକ୍ରାନ୍ତମାନେ କିମ୍ବା କୌଣସି ଅଭିଯୋଗ ଥିଲେ ଉକ୍ତ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ସିଏମସି ସଚିବ ଲତାଶ୍ରୀ ବାଗ କହିଛନ୍ତି। ଆକ୍ରାନ୍ତଙ୍କୁ ଘରୁ କେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ ସିଦ୍ଦିକ୍‌ ଖାନ୍ଙ୍କୁ ୯୯୮୮୩୮୯୪୮୭ରେ ଯୋଗାଯୋଗ କରିବାକୁ କୁହାଯାଇଛି। ସିଏମସି ପକ୍ଷରୁ ଏବେ ୬ଶହ ବେଡ୍‌ ପ୍ରସ୍ତୁତ ରଖାଯାଇଥିବା ବେଳେ କେନ୍ଦ୍ରରେ ଦିନ ପିଛା ଜଣେ ଆକ୍ରାନ୍ତଙ୍କ ଖାଦ୍ୟ ପାଇଁ ୨୨୮ଟଙ୍କା ଓ ବ୍ୟକ୍ତିଗତ ହାଇଜିନ୍‌ କିଟ୍‌ ପାଇଁ ଜଣଙ୍କୁ ୨ଶହ ଟଙ୍କା ମିଳୁଛି ‌ବୋଲି ସଚିବ ଶ୍ରୀ ବାଗ ସୂଚନା ଦେଇଛନ୍ତି।

୧- ବୋସ୍‌ ଲ୍ୟାବ୍‌ ପ୍ରିୟଙ୍କା ମଲ୍ଲିକ ୭୭୩୨୦୧୭୭୭୧
୨- ଆଇଏମ୍‌ଆଇଟି ଲତାଶ୍ରୀ ବାଗ ୯୫୫୬୨୫୬୬୦୦
୩- ଏଲ୍‌ଆଣ୍ଡଟି ରଶ୍ମିତା ପ୍ରିୟଦର୍ଶିନୀ ୮୯୦୮୮୪୪୯୧୦
୪- ବୋସ୍‌ ନୂଆ ହଷ୍ଟେଲ ସସ୍ମିତା ଗୁରୁ ୭୦୦୮୮୨୧୬୪୯
୫- ବୋସ୍‌ ‌ପୁରୁଣା ହଷ୍ଟେଲ ଡାକ୍ତର ସ୍ମୃତି ରଂଜନ ୭୦୦୮୯୪୫୪୮୯
୬- ଓଡ଼ିଶା ଅଲମ୍ପିକ ଆସୋସିଏସନ୍‌ ପଲ୍ଲବୀ ବେହେରା ୯୪୩୮୨୯୪୮୯୨
୬- ଖପୁରିଆ ଆଇଟିଆଇ ସିଦ୍ଦିକ ଖାନ୍‌ ୯୯୮୮୩୮୯୪୮୭

ସମ୍ବନ୍ଧିତ ଖବର