କଟକ: ବିରିବାଟୀ ସ୍ଥିତ ନାହାଭଙ୍ଗା ଗାଁରେ ଦେଖିବାକୁ ମିଳିଛି ଏକ ଅଲୌକିକ ଘଟଣା। ଗାଁମର ଦୀନବନ୍ଧୁ ବେହେରାଙ୍କ ଘରୁ ମାଟିତଳୁ ୧୪ଟି ପିତ୍ତଳ ମୂର୍ତ୍ତି ବାହାରିଛି। କିଛି ଦିନ ତଳେ ଦୀନବନ୍ଧୁଙ୍କ ଘରର ଏକ କେଠାରୀ ତଳେ ଠାକୁରଙ୍କ ମୂର୍ତ୍ତି ଥିବା ରାତିରେ ସ୍ବପ୍ନାଦେଶ ହୋଇଥିଲା। ଏହା ପରେ ଘରର ଚଟାଣ ଫାଟିଥିଲା। ପରେ ଠାକୁରଙ୍କ ସ୍ବପ୍ନାଦେଶ ଅନୁଯାୟୀ ମାଟି ଖୋଳି ଠାକୁରଙ୍କ ମୂର୍ତ୍ତି ଉଦ୍ଧାର କରାଯାଇଛି।
ଉଦ୍ଧାର ମୂର୍ତ୍ତି ମଧ୍ୟରେ ଗରୁଡ, ବ୍ରହ୍ମା-ବିଷ୍ନୁ-ମହେଶ୍ବର, ଗଣେଷ, ସରସ୍ୱତୀ, ବ୍ରୁଷଭ, ଶାଳଗ୍ରାମ, ରାମ, ଶିବ, ନାରାୟଣ ଏବଂ ଅଷ୍ଟଭୂଜା ମା ଦୂର୍ଗାଙ୍କ ମୂର୍ତ୍ତି ରହିଛି। ମୂର୍ତ୍ତିଗୁଡିକ ଉଦ୍ଧାର ପରେ ପ୍ରତ୍ନତତ୍ତ୍ଵ ବିଭାଗ ଘରେ ପହଞ୍ଚି ପରୀକ୍ଷା ନିରୀକ୍ଷା କରୁଛି। ମୂର୍ତ୍ତି ଗୁଡିକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/b3a68230-0add-4500-add0-b1c46aa685de.jpg)