କଟକ: ଚର୍ଚ୍ଚାରେ କଟକ ଶିଖରପୁର ଅଞ୍ଚଳର ନବଦମ୍ପତି। ନିରାଡ଼ମ୍ବର ବିବାହ ପରେ ଗୋମାତାଙ୍କ ଆଶୀର୍ବାଦ ନେଲେ ଦେବୀପ୍ରକାଶ ସାହୁ ଓ ସୁଚିସ୍ମିତା ସ୍ୱାଇଁ। ବେଦୀରେ ବସି ବୈଦିକ ରୀତିରେ ବିବାହ କରିବା ପରେ ଗୋମାତାଙ୍କଠାରେ ୩୩ କୋଟି ଦେବାଦେବୀ ଥିବା ବିଶ୍ୱାସ କରି ଆଶୀର୍ବାଦ ନେଇଛନ୍ତି। ଦୀପ ଧୂପ ଦେଇ ପୂଜା କରିବା ସହ ଗୋମାତାଙ୍କୁ ଖାଇବାକୁ ଦେଇଛନ୍ତି।
ଦେବୀପ୍ରକାଶ ବିଭିନ୍ନ ସମୟରେ ଗୋଶାଳାକୁ ଯାଇ ଗାଈଗୋରୁଙ୍କ ସେବା କରିଥାନ୍ତି। ଗତକାଲି ତାଙ୍କ ବିବାହ ସରିବା ପରେ ସେ ପ୍ରଥମେ ପତ୍ନୀଙ୍କ ସହ ଗୋଶାଳାକୁ ଯାଇଥିଲେ।