କଟକ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିରୋଧ କରି କୋଲକାତାରେ ଶୁକ୍ରବାର ଆନ୍ଦୋଳନ ଜାରି ରହିଥିବା ବେଳେ କଟକରେ ମଧ୍ୟ ଆନ୍ଦୋଳନକୁ ବିପୁଳ ସମର୍ଥନ ମିଳିଛି। ପିଜି (ପୋଷ୍ଟ ଗ୍ରାଜୁଏଟ୍) ଏବଂ ୟୁଜି (ଅଣ୍ଡର ଗ୍ରାଜୁଏଟ) ଡାକ୍ତରୀ ସଂଘ କଳାବ୍ୟାଚ ପିନ୍ଧି ପୂର୍ବାହ୍ଣ ୯ଟାରେ ଆନ୍ଦୋଳନ କରିଛନ୍ତି। ଜୁନିଅର ଡାକ୍ତରମାନେ ମମତାଙ୍କୁ ତୀବ୍ର ବିରୋଧ କରିଛନ୍ତି। ଡାକ୍ତରୀ ସଂଘ ପକ୍ଷରୁ ଗୁରୁବାର ମମତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
ସେହିଭଳି ଭାରତୀୟ ଡାକ୍ତରୀ ସଂଘ ଦ୍ୱାରା ଆଜି କଟକରେ ବିରୋଧ ଦିବସ ପାଳନ କରାଯାଇଛି। ସଂଘ ପକ୍ଷରୁ ବିଭିନ୍ନ ଦାବି ଉପସ୍ଥାପନ କରି ସଭାପତି ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ସଂପାଦକ ଜନ୍ମେଜୟ ମହାପାତ୍ରଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଳାପାଳ ବିଜୟ କୁମାର ଖଣ୍ଡାୟତରାୟଙ୍କୁ ସ୍ମାରକ ପତ୍ର ଦିଆଯାଇଛି।
ସୂଚନାଯୋଗ୍ୟ ବିଭିନ୍ନ ସମସ୍ୟା ନେଇ କୋଲକାତା, ଦିଲ୍ଲୀ ଓ ମୁମ୍ବାଇରେ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ପଶ୍ଚିମବଙ୍ଗରେ ଏହା ତୀବ୍ର ରୂପ ନେଇଛି। ପଶ୍ଚିମବଙ୍ଗରେ ଶୁକ୍ରବାର ସୁଦ୍ଧା ୧୫୦ ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି। ଏଥିରୁ ଦାର୍ଜିଲିଂରେ ୨୭ ଜଣ ଓ ଏନଆରଏସ ମେଡିକାଲ କଲେଜରେ ୧୦୮ ସାମିଲ ଅଛନ୍ତି। ସେହିଭଳି ଆରଜି ମେଡିକାଲ କଲେଜର ୮୦ ଜଣ ଡାକ୍ତର ଇସ୍ତଫା ଦେବକୁ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/ctc.jpg)