କଟକ: ଆଜି ମଧ୍ୟାହ୍ନରେ ଯୋବ୍ରା ବ୍ୟାରେଜ ୯ନଂ ଫାଟକ ପାର୍ଶ୍ଵ ମହାନଦୀରୁ ଜନୈକ ଯୁକ୍ତ ଦୁଇ ଖ୍ରୀଷ୍ଟ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଜଗତପୁର ଓ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଏବଂ ଓଡ୍ରାଫ ଟିମ୍ର ମିଳିତ ସହାୟତାରେ ମୃତଦେହକୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଯାଇଛି।
ସୂଚନା ଅନୁଯାୟୀ, ଯୋବ୍ରା ବ୍ୟାରେଜ ମହାନଦୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର କଟକ ଚଣ୍ଡୀଛକସ୍ଥିତ ହୃଷିକେଶ ସାହୁଙ୍କ ପୁଅ ତୁଷାରକାନ୍ତ ସାହୁ (୧୯)। ଗତ ମଙ୍ଗଳବାର ରାତି ୮ଟା ସମୟରେ ଘରୁ ନିଜ ଗାଡ଼ି ନେଇ ଯିବାପରେ ଆଉ ଘରକୁ ଫେରି ନଥିଲେ। ପରେ ମୃତକ ପିତା ଶ୍ରୀ ସାହୁ କ୍ୟାଣ୍ଟନମେଣ୍ଟ ଥାନାରେ ପୁଅ ନିଖୋଜ ହେବା ନେଇ ଅଭିଯୋଗ କରିଥିଲେ। ଗତକାଲି ମଧୁସେତୁରୁ ଉକ୍ତ ଛାତ୍ରଙ୍କ ଗାଡ଼ି ପୁଲିସ ଜବତ କରିଥିବାବେଳେ ଆଜି ମଧ୍ୟାହ୍ନରେ ଛାତ୍ରଙ୍କ ମୃତଦେହ ମହାଦନୀରେ ଠାବ କରାଯାଇଛି। ଜଗତପୁର ଓ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଏବଂ ଓଡ୍ରାଫ ଟିମ୍ର ମିଳିତ ସହାୟତାରେ ମୃତଦେହକୁ ଉଦ୍ଧାର କରି କଟକ ବଡ଼ମେଡିକାଲକୁ ପଠାଇଯାଇଛି। ଏହା ଏକ ପ୍ରେମ ଜନିତ କାରଣରୁ ସଂଘବଧ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/839848e8-b627-42f3-89d3-3cd94c3eea70.jpg)