ସୁମିତ-ତପସ୍ୱିନୀ ବିବାଦ ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି

କଟକ: ସୁମିତ-ତପସ୍ୱିନୀ ବିବାଦ ପ୍ରସଙ୍ଗରେ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ସୁମିତଙ୍କ ଘର ଗେଟ ଭାଙ୍ଗି ପ୍ରବେଶ କରିବା ଘଟଣାରେ ଅଭିଯୋଗ ଆଧାରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଦାଖଲ କରିବାକୁ ବ୍ରହ୍ମପୁର ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୨୦ ତାରିଖରେ ୩୦ ରୁ ଉର୍ଦ୍ଧ୍ବ ମହିଳା ସୁମିତଙ୍କ ଗେଟ ଭାଙ୍ଗି ଘରେ ପଶିଥିଲେ। ଏହି ପ୍ରସଙ୍ଗକୁ ନେଇ ସୁମିତଙ୍କ ବାପା ପ୍ରମୋଦ ସାହୁ ବୈଦ୍ୟନାଥ ପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ନିଷ୍କ୍ରିୟତା ବିରୋଧରେ ପ୍ରମୋଦ ସାହୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଫେବ୍ରୁଆରି ୮ରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଗତ ଡିସେମ୍ବର ୨୦ ତାରିଖରେ ତାଙ୍କ ଘରେ ୩୦ରୁ ଉର୍ଦ୍ଧ୍ବ ମହିଳା ଗେଟ ଭାଙ୍ଗି ପ୍ରବେଶ କରିବା ସହ ଗାଳି ଗୁଲଜ କରିଥିଲେ ବୋଲି ପ୍ରମୋଦ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସର ନିଷ୍କ୍ରିୟତା ଓ ତାଙ୍କ ପରିବାର ଲୋକଙ୍କ ସୁରକ୍ଷା ଯୋଗାଇ ଦେବା ପାଇଁ ସେ ଆବେଦନରେ ପ୍ରାର୍ଥନା କରିଛନ୍ତି। ଏହି ମାମଲାରେ ଗୃହ ବିଭାଗ ସଚିବ, ବ୍ରହ୍ମପୁର ଏସପି, ବୈଦ୍ୟନାଥପୁର ଥାନାର ଆଇଆଇସିଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର