ମାହାଙ୍ଗା: କଟକ ଜିଲ୍ଲା ମହାଙ୍ଗା ଥାନା ଅନ୍ତର୍ଗତ ଦୁଲାରପୁର ଗାଁରେ ଦମ୍ପତ୍ତିଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଉଭୟ ଗ୍ରାମର ନିଜ ଘର ଛାଡ଼ି ଅନ୍ୟ ଜଣେ ଲୋକଙ୍କ ଦୁଆରେ ମରି ପଡ଼ିଥିବା ଆଜି ସକାଳୁ ଦେଖିବାକୁ ମିଳିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ମାହାଙ୍ଗା ଥାନା ଭଉଁରିଆ ଗ୍ରାମର ପ୍ରମୋଦ ସାହୁ ନିଜ ପତ୍ନୀଙ୍କ ସହିତ ଶ୍ୱଶୁର ଘର ଦୁଲାରପୁର ଠାରେ ଏକ ଘର କରି ରହୁଥିଲେ। ତେବେ ଆର୍ଥିକ ଅବସ୍ଥାେ ଭଲ ନ ଥିବାରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥାଏ। ଗତକାଲି ଏହାକୁ ନେଇ ସ୍ୱାମୀସ୍ତ୍ରୀ ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
ମାହାଙ୍ଗା: ସ୍ୱାମୀସ୍ତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ
/sambad/media/post_attachments/wp-content/uploads/2017/09/Deadbody_Packed-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)