ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ; ଅଭିଯୁକ୍ତ ଗିରଫ

ବଡ଼ମ୍ବା : ପ୍ରେମରେ ବିଫଳ ଜଣେ କଲେଜ୍‌ ଛାତ୍ର ସହପାଠିନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଗିରଫ ହୋଇଛି। ଛାତ୍ରୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଆପତ୍ତିଜନକ ଫଟୋ ଉଠାଇ ତାହାକୁ ଭାଇରାଲ୍‌ କରିଥିବା ଏହି ଛାତ୍ରକୁ ପୁଲିସ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଡ଼ମ୍ବା ଥାନା ଅଞ୍ଚଳରେ।

ଥାନା ଅଧିକାରୀ ରଣଜିତ ନାୟକଙ୍କ ସୂଚନା ମୁତାବକ ଅଭିଯୁକ୍ତ ଯୁବକ ବଡ଼ମ୍ବା ଥାନା ଅନ୍ତର୍ଗତ ଏକ କଲେଜର ଛାତ୍ର । ସହପାଠିନୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ସେ ଥଣ୍ଡାପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ । ନିଶାସକ୍ତ ପରେ ସହପାଠିନୀଙ୍କର ଅନ୍ତରଙ୍ଗ ଦୃଶ୍ୟ ସେ ନିଜ ମୋବାଇଲରେ ଉଠାଇନେବା ସହ ବିବାହ କରିବାକୁ ବାଧ୍ୟ କରି ଏହି ଫଟୋ ଜରିଆରେ ବ୍ଲାକ୍‌ମେଲ କରିଆସୁଥିଲା ।

ତେବେ ଏହା ମଧ୍ୟରେ ଛାତ୍ରୀଙ୍କ ଅନ୍ୟତ୍ର ବିବାହ ସ୍ଥିର ହୋଇସାରିଥିଲା । ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଅଭିଯୁକ୍ତ ଜଣକ ସହପାଠିନୀର କେତେକ ଆପତ୍ତିଜନକ ଫଟୋ ହ୍ଵାଟସଆପ ଜରିଆରେ ବିଭିନ୍ନ ନମ୍ବରକୁ ଅପଲୋଡ କରି ଭାଇରାଲ କରିଥିଲା । ଘଟଣା ପ୍ରଘଟ ହେବା ପରେ ଝିଅର ଦାଦା ଏ ସମ୍ପର୍କରେ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ସଂପୃକ୍ତ ଯୁବକକୁ ଗିରଫ କରି କରିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର