ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ କଟକରେ ସ୍ବାଭିମାନ ଦିବସ ପାଳିତ

କଟକ: ଆଜି ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମ ଜୟନ୍ତୀ। ଏହାକୁ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ସ୍ବାଭିମାନ ଦିବସ ଭାବେ ପାଳିତ ହୋଇଥାଏ। ଏହି ଅବସରରେ କଟକ ତୁଳସୀପୁର ସ୍ଥିତ ମଧୁସୂଦନ ଦାସଙ୍କ ସମାଧୀପୀଠ ଗୋରାକବରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପ୍ରଥମ ପଟ୍ଟନାୟକ। ସମ୍ବାଦ ଓ ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଏହି  କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି , ଆମେ ଆଚରଣ ଓ ଉଚ୍ଚାରଣରେ ଓଡ଼ିଆ ହେବା ଦରକାର।

ସମ୍ବନ୍ଧିତ ଖବର