କଟକ: କଟକରେ ଆଜି ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ଛୁଇଁଛି। ସକାଳ ୭ଟା ପରଠାରୁ ଖରା ଓ ଗରମ ଆରମ୍ଭ ହୋଇ ଯାଇଥିବା ବେଳେ ଜନଜୀବନ ଅତିଷ୍ଠ ହୋଇ ପଡିଛି। ଚଳିତ ମାସରେ ଗଲା ସପ୍ତାହରେ ଗୋଟିଏ ଥର ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରିରେ ପହଞ୍ଚି ଥିବା ବେଳେ ଆଜି ୪୧ ଡିଗ୍ରି ପହଞ୍ଚିଛି। ଏବଂ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ଭୁବନେଶ୍ବର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତାକାଲି ବି କଟକରେ ଦିନର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ରହିବ।
ଏପ୍ରିଲ ୨୭ ତାରିଖରେ ଦିନର ସର୍ବାଧିକ ତାପମାତ୍ରା ୩୯ ଡିଗ୍ରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ୨୯ ତାରିଖ ପର୍ଯ୍ୟନ୍ତ କିନ୍ତୁ ଅନ୍ୟ ଦିନ ମାନଙ୍କରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ରହିବ ବୋଲି ଆକଳନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/chahidare..-3.jpg)