କଟକ: ରାତି ପାହିଲେ ପବିତ୍ର ‘ଇଦ’ ପର୍ବ ପାଳନ ହେବ କିନ୍ତୁ ତା’ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ସୀମା ବିବାଦକୁ କେନ୍ଦ୍ର କରି କଟକର ଝୋଲାସାହିରେ ଶୁକ୍ରବାର ପ୍ରବଳ ଉତ୍ତେଜନା ଦେଖାଯାଇଛି। ମିଳିଥିବା ସୂଚନା ଅନୁସାରେ ସୀମା ବିବାଦକୁ କେନ୍ଦ୍ର କରି ପୁରୀଘାଟ ଥାନା ଅନ୍ତର୍ଗତ ଝୋଲା ସାହି ଓ ନୂଆସାହିର ଲୋକଙ୍କ ମଧ୍ୟରେ ଢେଲା ପଥର ଓ କାଚ ବୋତଲ ମାଡ଼ ହୋଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଘଟଣାସ୍ଥଳରେ ୨ ପ୍ଲାଟୁନ ପୁଲିସ ମୁତୟନ ଅଛନ୍ତି।
ସୂଚନା ଅନୁସାରେ ଶନିବାର ପବିତ୍ର ‘ଇଦ’ ପର୍ବ ପାଳନ ଅବସରରେ ଲାଇଟ ଲଗାଯାଉଥିଲା। ମାତ୍ର କେଉଁ ସାହିର ଲୋକେ କେଉଁଠାରୁ ଲାଇଟ୍ ଲଗାଇବେ ସେ ନେଇ ଝୋଲାସାହି ଓ ନୂଆସାହିର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। କିଛି ସମୟ ପରେ ଘଟଣାସ୍ଥଳର ରଣକ୍ଷେତ୍ରରେ ପରିବର୍ତ୍ତନ ହୋଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଉଭୟ ସାହିର ଏକାଧିକ ଲୋକ ଆହତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/ctc.jpg)
