କଟକ: ଯାତ୍ରୀ ଏବ˚ ରୋଗୀଙ୍କୁ ଖାଦ୍ୟରେ ନିଶା ମିଶାଇ ଲୁଟୁଥିବା ଏକ ଗ୍ୟାଙ୍ଗ୍ ବାଦାମବାଡ଼ି ଥାନା ପୁଲିସ ହାତରେ ଧରାପଡ଼ିଛି। ପୁଲିସ ଏହି ମାମଲାରେ ଖୋର୍ଧା ବାଲିପାଟଣାର ସନ୍ତୋଷ ଓରଫ ସନ୍ତୋଷ କୁମାର ନନ୍ଦୀ(୩୧), ବିଡାନାସୀରେ ରହୁଥିବା ଢେଙ୍କାନାଳ କାମାକ୍ଷାନଗରର ପ୍ରଦୀପ ମିଶ୍ର(୪୫), ଭୁବନେଶ୍ବର ନୟାପଲ୍ଲୀର ସୁଶାନ୍ତ କୁମାର ଜେନା(୨୮)କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୪ଟି ଚୋରା ସ୍ମାର୍ଟ ଫୋନ୍, ୫୮ଟି ଆକ୍ଟିଭାନ୍-୨ ଟାବଲେଟ୍, ୧୬ଟି ଚକଲେଟ୍, ଚୋରା ସାର୍ଟିଫିକେଟ୍ ଭର୍ତ୍ତି ଏୟାର୍ ବ୍ୟାଗ, ୭୪୦ ଟଙ୍କା ଜବତ କରାଯାଇଛି। ସୂଚନା ଅନୁଯାୟୀ, ୨୦୨୦ ଡିସେମ୍ବର ୧୪ ତାରିଖ ସକାଳ ପ୍ରାୟ ୮ଟା ବେଳେ ବାଦାମବାଡ଼ିରେ ମନୋଜ ମଲ୍ଲଙ୍କୁ କିଛି ଅଜଣା ଦୁର୍ବୃତ୍ତ ଚକଲେଟ୍ରେ ନିଶା ଦେଇ ମୋବାଇଲ୍ ଫୋନ୍, ନଗଦ ୨ ହଜାର ଟଙ୍କା, ଏକ ଏୟାର ବ୍ୟାଗ୍ରେ ଥିବା ସାର୍ଟିଫିକେଟ୍ ଚୋରି କରିନେଇଥିଲେ। ଏ ସ˚କ୍ରାନ୍ତରେ ବାଦାମବାଡ଼ି ଥାନାରେ ଏତଲା ଦେବା ପରେ ପୁଲିସ ସନ୍ତୋଷ ଏବ˚ ପ୍ରଦୀପଙ୍କୁ ଚିହ୍ନଟ କରିଥିଲା।
ଏମାନେ ଚୋରି କରିଥିବା ମୋବାଇଲ୍ ଫୋନ୍ ମୁନା ଓରଫ ସୁଶାନ୍ତ କୁମାର ଜେନାକୁ ବିକ୍ରି କରି ଦେଇଥିଲେ। ପୁଲିସ ୩ ଦୁର୍ବୃତ୍ତଙ୍କୁ କାବୁ କରି ଜେରା କରିବା ପରେ ଏମାନେ ବାଦାମବାଡ଼ି, ଶିଶୁଭବନ, ବଡ଼ ମେଡିକାଲ୍ ସମେତ ବରମୁଣ୍ତା ବସ୍ ଷ୍ଟାଣ୍ତ ଅଞ୍ଚଳରେ ବାହାରୁ ଆସୁଥିବା ଲୋକଙ୍କୁ ନିଶା ଦେଇ ଏଭଳି ଲୁଟ୍ କରି ଆସୁଥିବା ସ୍ବୀକାର କରିଥିଲେ। ଏମାନେ ମୁଖ୍ୟତଃ ଚକଲେଟ୍, ଚାହା, ଥଣ୍ତା ପାନୀୟରେ ଆକ୍ଟିଭାନ୍-୨ ନିଶା ଟାବଲେଟ୍ ମିଶାଇ ଲୁଟୁଥିବା ପୁଲିସ ସାମନାରେ ସ୍ବୀକାର କରିଛନ୍ତି। ଏହି ଗ୍ୟାଙ୍ଗ୍ ଶିଶୁଭବନ ନିକଟରେ ଗଲା ୮ ତାରିଖରେ ଜଣେ ବ୍ୟକ୍ତିଙ୍କୁ ନିଶା ଦେଇ ମୋବାଇଲ୍ ଫୋନ୍ ଓ ଟଙ୍କା ଲୁଟିଥିବା ସ˚କ୍ରାନ୍ତରେ ଲାଲବାଗ ଥାନାରେ ଏତଲା ହୋଇଥିବା ସୂଚନା ମିଳିଛି।