ମହାନଦୀରେ ୩୦ ଜଣିଆ ଫ୍ଲୋଟି˚ ରେଷ୍ଟୁରାଣ୍ଟ, ସିଲ୍‌ଭର୍‌ ସିଟି ବୋଟ୍‌ କ୍ଲବ୍‌ରେ ସପ୍ତାହେ ପରେ କାର୍ଯ୍ୟକ୍ଷମ

କଟକ: ସିଲ୍‌ଭର ସିଟି ବୋଟ୍‌ କ୍ଲବ୍‌କୁ ଆସିଛି ୩୦ ସିଟ୍‌ ବିଶିଷ୍ଟ ଫ୍ଲୋଟି˚ ରେଷ୍ଟୁରାଣ୍ଟ। ଗୁରୁବାର ଏହି ରେଷ୍ଟୁରାଣ୍ଟର ଖଞ୍ଜିବା କାମ ଆରମ୍ଭ ହୋଇଛି। ସମସ୍ତ ଅ˚ଶ ଖଞ୍ଜାଯିବା କାର୍ଯ୍ୟ ଶେଷ ହେବାକୁ ପାଖାପାଖି ୭ ଦିନ ସମୟ ଲାଗିବ। ପରେ ଏହାକୁ ସର୍ବସାଧାରଣଙ୍କ ବ୍ୟବହାର ଉଦ୍ଦେଶ୍ୟରେ ପାଣି ଭିତରେ ଛଡ଼ାଯିବ ବୋଲି ଵାଟର ସ୍ପୋର୍ଟ୍ସ ସିମ୍ପଲ ପ୍ରାଇଭେଟ ଲିମିଟେଡ୍‌ର ଓଡ଼ିଶା ପ୍ରକଳ୍ପ ମୁଖ୍ୟ କମଳ ଦେ’ ସୂଚନା ଦେଇଛନ୍ତି। ପୂର୍ବରୁ ବୋଟ୍‌ କ୍ଲବ୍‌ ପରିସରରେ ୱାଟର ସ୍ପୋର୍ଟ୍ସ ସିମ୍ପଲ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୮ ସିଟ୍‌ ବିଶିଷ୍ଟ ଫ୍ଲୋଟି˚ ରେଷ୍ଟୁରାଣ୍ଟ ଚାଲୁଛି। ଏହି ରେଷ୍ଟୁରାଣ୍ଟ ମାଧ୍ୟମରେ ଭଲ ବ୍ୟବସାୟ ମଧ୍ୟ ହେଉଛି। ତେବେ ୩୦ ସିଟ୍‌ ବିଶିଷ୍ଟ ରେଷ୍ଟୁରାଣ୍ଟ ଆଣିବା ପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲା। କିନ୍ତୁ କୋଭିଡ୍‌ କଟକଣା ମଧ୍ୟରେ ଏହାକୁ ଆରମ୍ଭ କରାଯାଇ ପାରିନଥିଲା। ଉଭୟ ରେଷ୍ଟୁରାଷ୍ଟ ମଧ୍ୟରେ ଅନେକ ଫରକ ରହିଛି। ନୂଆ ରେଷ୍ଟୁରାଣ୍ଟର ଫ୍ଲୋରି˚ରେ ଆଲୁମିନିୟମ ସିଟ୍‌ ବିଛାଯାଇଛି। ପୂର୍ବ ଟେବୁଲର ଫ୍ଲୋରି˚ କାଠରେ ତିଆରି ହୋଇଥିଲା। ଏଥିରେ ପାଖାପାଖି ୭ଟି ଟେବୁଲ ପଡ଼ିବ। ରେଷ୍ଟୁରାଷ୍ଟ ଚାରିପଟେ ବାଡ଼ା କରାଯାଉଛି। ଏଥିସହିତ ଭିତରେ ଆକର୍ଷଣୀୟ କରିବା ପାଇଁ ଫୁଲକୁଣ୍ତ, ସୋ-ଗଛ ଓ ସୁସଜ୍ଜିତ ଆଲୋକ ବ୍ୟବସ୍ଥା କରାଯିବ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପାଖାପାଖି ୩ଜଣ ଲାଇଫ୍‌ଗାର୍ଡ ରହିବେ। ସମସ୍ତଙ୍କ ପାଖରେ ଵାକି ଟକି ରହିବ। ୮ ସିଟ୍‌ ରେଷ୍ଟୁରାଣ୍ଟକୁ ଘଣ୍ଟା ହିସାବରେ ଦେୟ ଦେବାକୁ ପଡୁଥିଲା। କିନ୍ତୁ ଏହି ରେଷ୍ଟୁରାଷ୍ଟରେ ଯିଏ ଯେତେବେଳେ ଚାହିଁବ ବସି ଖାଇପାରିବେ। କେବଳ ସ୍ଲଟ୍‌ ବୁକି˚ର ଦେୟ ଦେବାକୁ ପଡ଼ିବ।

ଏଥି ସହିତ ଜନ୍ମଦିନ କିମ୍ବା କୌଣସି ଉତ୍ସବ ଇତ୍ୟାଦି ପାଳନ କରିବା ପାଇଁ ଏହି ବୋଟ୍‌ରେ ସୁବିଧା କରାଯିବ। ତେବେ ଗ୍ରାହକଙ୍କୁ କେତେ ଟଙ୍କା ଦେବାକୁ ହେବ ତାହା ଏପର୍ଯ୍ୟନ୍ତ ନିର୍ଧାରଣ ହୋଇନାହିଁ। ସର୍ବସାଧାରଣଙ୍କ ପାଇଁ ଏହା ଖୋଲିବା ପୂର୍ବରୁ ଦର ନିର୍ଧାରଣ କରାଯିବ ବୋଲି କମଳ ଦେ’ ପ୍ରକାଶ କରିଛନ୍ତି। ଏ ସ˚କ୍ରାନ୍ତରେ ସିଲଭର ସିଟି ବୋଟ କ୍ଲବ୍‌ ଭାରପ୍ରାପ୍ତ ଅଧିକାରୀ ତଥା ପାନ୍ଥନିବାସ ମ୍ୟାନେଜର ସୟଦ ତାରିକ ଅଲ୍ଲୀ କହିଛନ୍ତି ଯେ, ଏଠାରେ ବୋଟି˚ ଓ ଫ୍ଲୋଟି˚ ରେଷ୍ଟୁରାଣ୍ଟ ଆରମ୍ଭ ହେବା ଦିନଠୁ ପର୍ଯ୍ୟଟକଙ୍କ ସ˚ଖ୍ୟା ବଢୁଛି। ନୂଆ ୩୦ ସିଟ୍‌ ଫ୍ଲୋଟି˚ ରେଷ୍ଟୁରାଣ୍ଟ କାର୍ଯ୍ୟକ୍ଷମ ହେଲେ ପର୍ଯ୍ୟଟକଙ୍କୁ ଆଉ ଏକ ନୂଆ ଅଭିଜ୍ଞତା ମିଳିପାରିବ। ଏହାବାଦ୍‌ ଯୁବପିଢିଙ୍କ ମଧ୍ୟରେ ଅଧିକ ସ˚ଖ୍ୟାରେ ବନ୍ଧୁମାନଙ୍କୁ ନେଇ ପାର୍ଟି କରିବାକୁ ଯେଉଁ ଦାବି ହୋଇ ଆସୁଥିଲା, ତାହା ଏହି ରେଷ୍ଟୁରାଣ୍ଟ ମାଧ୍ୟମରେ ପୂରଣ ହୋଇପାରିବ। ଏଥି ସହିତ ବୋଟ କ୍ଲବ୍‌ ପରିସରରେ ଥିବା ଓଟିଡିସି ରେଷ୍ଟୁରାଣ୍ଟରୁ ସେମାନଙ୍କ ପାଇଁ ଚାହିଦା ମୁତାବକ ସୁସ୍ବାଦୁ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି। ଓଟିଡିସି ପକ୍ଷରୁ ପର୍ଯ୍ୟଟକଙ୍କ ସୁବିଧା ଓ ମନୋର˚ଜନ ପାଇଁ ସବୁପ୍ରକାର ଚେଷ୍ଟା କରାଯାଉଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର