ଲିଭର ପ୍ରତିରୋପଣ ପାଇଁ ପଞ୍ଜୀକରଣ କଲେଣି ୩୭, ୨ ଶିଶୁରୋଗୀ , କାଡାଭରିକ୍‌ ପା‌ଇଁ ୨୮

କଟକ: କଟକ ବଡ଼ଡାକ୍ତରଖାନାରେ ଗତମାସ ୨୫ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ସରକାରୀ ବ୍ୟବସ୍ଥାରେ ରାଜ୍ୟର ପ୍ରଥମ ଲିଭର୍‌ ପ୍ରତିରୋପଣ ଚିକିତ୍ସା ବ୍ୟବସ୍ଥା ବା ଲିଭର ପ୍ରତିରୋପଣ ଓପିଡିକୁ ଉଦ୍‌ଘାଟନ କରିଥିଲେ। ପ୍ରତି ସୋମବାର ଏହି ଲିଭର ପ୍ରତିରୋପଣ ଓପିଡିରେ ସ୍ବାସ୍ଥ୍ୟସେବା ପାଇବା ସହ ଲିଭର୍‌ ପ୍ରତିରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତି ନାମ ପଞ୍ଜୀକରଣ କରୁଛନ୍ତି। ଏଯାବତ୍ ୩ଟି ଓପିଡିରେ ୩୭ଜଣ ଲିଭର୍‌ ଆବଶ୍ୟକ କରୁଥିବା ରୋଗୀ ନିଜ ନାମ ପଞ୍ଜୀକରଣ କରୁଥିବା ଜଣାପଡିଛି। ସେଥିରେ ୨ଜଣ ଶିଶୁରୋଗୀ ମଧ୍ୟ ରହିଛନ୍ତି। ସୂଚନାଯୋଗ୍ୟ, ୨୫ରୁ ୮ତାରିଖ ସୁଦ୍ଧା ତିନୋଟି ଓପିଡିରେ ୩୭ଜଣ ରୋଗୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ଭିତରୁ ୨୮ଜଣ କାଡାଭରିକ୍‌ ଅର୍ଥାତ ମସ୍ତିଷ୍କ ମୃତ ରୋଗୀଙ୍କ ଶରୀରରୁ ଲିଭର ନେଇ ରୋଗୀ ଶରୀରରେ ପ୍ରତିରୋପଣ କରିବା ପାଇଁ ପଞ୍ଜୀକରଣ କରିଥିବା ଜଣାପଡିଛି।

ସେହିପରି ୯ଜଣ ନିଜର ଡୋନର ଅର୍ଥାତ୍‌ ସଂପର୍କୀୟମାନେ ଲିଭର ଦାନ କରିବା ପାଇଁ ପଞ୍ଜୀକରଣ କରିଥିବା ଜଣାପଡିଛି। ପ୍ରଥମଦିନ ୧୬ଜଣ, ୨ୟ ଓପିଡିରେ ୯ଜଣ ଓ ୮ତାରିଖରେ ହୋଇଥିବା ଓପିଡିରେ ୧୨ଜଣ ନାମ ପଞ୍ଜୀକରଣ କରିଥିବା ଜଣାପଡିଛି। ପ୍ରଥମ ବ୍ୟକ୍ତି ଭାବେ ରାଉରକେଲାର ବିଚିତ୍ରାନନ୍ଦ ଖଟୁଆ ନାମ ପଞ୍ଜୀକରଣ କରିଛନ୍ତି। ତାଙ୍କ ପୁଅ ତାଙ୍କୁ ଲିଭର୍‌ ଦାନ କରିବେ। ହେପାଟୋଲୋଜି ବିଭାଗ ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରି ବିଭା‌ଗ ମିଳିତ ସହଯୋଗରେ ଏହି ଓପିଡି କାର୍ଯ୍ୟକ୍ଷମ ହେଉଛି।

ସମ୍ବନ୍ଧିତ ଖବର