କୋରାପୁଟରୁ ଦିଲ୍ଲୀକୁ ଚାଲାଣ ବେଳେ୧୪୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ

କଟକ: କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା। ଏକ ବିଳାସପୂର୍ଣ୍ଣ ଗାଡ଼ିରେ କୋରାପୁଟରୁ ଦିଲ୍ଲୀକୁ ଚାଲାଣ ହେଉଥିବା ୧୪୦ କିଲେ ଗଞ୍ଜେଇ ଜବତ କରିଛି ଗୁଇନ୍ଦା ବିଭାଗ। ଏହସହ ୩ ଜଣ ଗଞ୍ଜେଇ ଚାଲାଣ କାରୀଙ୍କୁ ଗିରଫ କରିଛି ବିଭାଗ। ସୂଚନାନୁଯାୟୀ, ଆଜି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କଟକ-ଚଣ୍ଡିଖୋଲ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ହୋଣ୍ଡା ସିଟି କାର ଉପରେ ସନ୍ଦେହ ଘନୀଭୂତ ହୋଇଥିଲା।

ତାପରେ ଗୁଇନ୍ଦା ଦଳ ନିର୍ଗୁଣ୍ଡି ନିକଟରେ ଅତର୍କିତ ଭାବରେ ଗାଡି ଉପରେ ଚଢ଼ାଉ କରିଥିଲେ। ଏହି ସମୟରେ ଦେଖିବାକୁ ପାଇଥିଲେ କି ଗାଡି ଭିତରେ ବିପୁଳ ପରିମାଣର ଗଞ୍ଜେଇ ମହଜୁଦ ରହିଛି। ପରେ ଗଞ୍ଜେଇ ଓ ଗାଡିକୁ ଜବତ କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର