କଟକ: ୩ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ଗୁଳି-ବନ୍ଧୁକ ଜବତ

କଟକ: ମର୍କତନଗର ଥାନା ପୁଲିସ ରବିବାର ୩ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବା ସହିତ ଗୁଳି-ବନ୍ଧୁକ ଓ ବାଇକ ଜବତ କରିଛି। ଏସ୍‌ଆଇ ବିଡି ବେହେରାଙ୍କ ନେତୃତ୍ୱରେ ହୋଇଥିବା ଚଢ଼ାଉ ସମୟରେ ଗୋଟିଏ ବନ୍ଧୁକ, ୨ଟି ଗୁଳି ଓ ଗୋଟିଏ ବାଇକ ଜବତ ହୋଇଛି।

ଧଳସାମନ୍ତ ବ୍ରଦର୍ସଙ୍କ ସହିତ ସମ୍ପର୍କ ରଖିଥିବା ସିଡିଏ ସେକ୍ଟର ୭ର ଲାଲନ ଗୁପ୍ତାଙ୍କ ସମେତ ମାଛୁଆ ବଜାର ଅଞ୍ଚଳର ଚନ୍ଦନ ବେହେରା ଓ ଶେଖବଜାର ଅଞ୍ଚଳର ବିରଞ୍ଚି ନାୟକଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର