କଟକ: ବାରବାଟୀ ଷ୍ଟାଡିୟମର ପ୍ରତିଷ୍ଠାତା ଭୈରବ ଚନ୍ଦ୍ର ମହାନ୍ତିଙ୍କ ସ୍ମୃତିରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ପକ୍ଷରୁ ଆସନ୍ତା ୧୫ ତାରିଖରୁ ବି.ସି. ମହାନ୍ତି ସ୍ମାରକୀ ଅନ୍ତଃ ରାଜ୍ୟ ଟି/୨୦ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ କରିବାକୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଓସିଏ ସଂପାଦକ ସଂଜୟ ବେହେରା ଘୋଷଣା କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟକୁ ଓସିଏ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଇଛି। ଅର୍ଥାତ ପ୍ରତି ବର୍ଷ ବି.ସି ମହାନ୍ତି ସ୍ମାରକୀ କ୍ରିକେଟ ଆୟୋଜନ କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଦୁଇଟି ଦଳ ସମେତ ୬ଟି ରାଜ୍ୟର ଦଳ ଅଂଶଗ୍ରହଣ କରିବେ। ଓଡ଼ିଶା ଏ’ ଓ ବି’ ଦୁଇଟି ଦଳ ସହିତ ଆସାମ, ଝାଡ଼ଖଣ୍ଡ, ହିମାଚଳପ୍ରଦେଶ, କେରଳ, ହାଇଦ୍ରାବାଦ ଓ ଛତିଶଗଡ଼ ଦଳ ଅଂଶ ଗୟହଣ କରିବେ। ଏହାର ସମସ୍ତ ମ୍ୟାଚ୍‌ ଟି/୨୦ ଫର୍ମାଟ୍‌ରେ ଖେଳାଯିବ। ପ୍ରଥମେ ଲିଗ୍‌ ମ୍ୟାଚ୍‌ ପରେ ‌ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ନକ୍‌ ଆଉଟ୍‌ରେ ଖେଳାଯିବ। ଏହି ଟୁର୍ନାମେଣ୍ଟ୍‌ ଆସନ୍ତା ସେପ୍ଟେମ୍ବର ୧୫ ତ‌ାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ବାରବାଟୀ ଷ୍ଟାଡିୟମରେ ଦିନକୁ ଦୁଇଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ଗୋଟିଏ ଦିନରେ ଓ ଦ୍ବିତୀୟ ମ୍ୟାଚ୍‌ଟି ଫ୍ଲଡ୍‌ ଲାଇଟ୍‌ରେ ଅନୁଷ୍ଠିତ ହେବ। ଏହର ସମସ୍ତ ମ୍ୟାଚ୍‌ ମ୍ୟ‌ାଚ ଫାନକୋଡ ଆପ୍‌ରେ ସିଧା ପ୍ରସ‌ାରଣ କରାଯିବ। ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍‌ ଦଳକୁ ୧୦ଲକ୍ଷ ଟଙ୍କା ଓ ରନର୍ସଅପ୍‌ ଦଳକୁ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ପ୍ରତିଦିନର ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌ଙ୍କୁ ୧୦ ହଜାର ଓ ଫ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।

Advertisment

ଏହି ପ୍ରତିଯୋଗିତରେ ଆଇପିଏଲରେ ଅଂଶ ଗ୍ରହଣ କରୁ୍‌ଥିବା ନାମକରା କ୍ରିକେଟର ରିୟାନ ପ୍ରୟାଗ, ସେହବାଜ ନଦିମ, ବସିଲ ଥାମ୍ପି, ଅଙ୍କୁଲ ରଏ, ଶୁଭ୍ରାଂସୁ ସେନାପତି, ଋଷି ଧୱନ, ମାୟଙ୍କ ଡଗର, ବିରାଟ ସିଂହ, ସୌରଭ ତିୱାରୀ, ବିଷ୍ଣୁ ବିନୋଦ, ସଚିନ ବେବି, ଅଜୟ ମଣ୍ଡଳ, ତନ୍ମୟ ଅଗ୍ରୱାଲ ଓ ପ୍ରଶାନ୍ତ ଚୋପ୍ରା ଭଳି କ୍ରିକେଟରେ ଅଂଶ ଗ୍ରହଣ କରୁ୍‌ଥିବା ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରୁପ୍‌ ଏ’ରେ ଝାଡଖଣ୍ଡ, ହିମାଚଳ ପ୍ରଦେଶ, ହାଇଦ୍ରାବାଦ, ଓଡ଼ିଶା ଏ’ ରହିଥିବା ବେଳେ ଗ୍ରୁପ୍‌ ବିରେ ଛତିଶଗଡ଼, ଆସ‌ାମ, ରେକଳ ଓ ଓଡ଼ିଶା ବି’ ଦଳ ରହିଛନ୍ତି। ଆସନ୍ତା ୧୫ ତାରିଖରେ ଓଡ଼ିଶା ଏ’ ଝାଡଖଣ୍ଡକୁ, ହିମାଚଳ ପ୍ରଦେଶ ହାଇଦ୍ରାବାଦକୁ, ୧୬ ତାରିଖରେ ହାଇଦ୍ରାବାଦ ଝାଡ଼ଖଣ୍ଡକୁ, ଓଡ଼ିଶା ଏ’ ହିମା‌ଚଳ ପ୍ରଦେଶକୁ ଭେଟିବ। ସେହିଭଳି ୧୭ ତାରିଖରେ ଓଡ଼ିଶା ଏ’ ହାଇଦ୍ରାବାଦକୁ, ହିମ‌ାଚଳ ପ୍ରଦେଶ ଝାଡ଼ଖଣ୍ଡକୁ, ୧୮ ତାରିଖରେ ଛତିଶଗଡ଼ ଆସାମକୁ, କେରଳ ଓଡ଼ିଶାକୁ, ୧୯ ତାରିଖରେ କେରଳ ଆସାମକୁ, ଛତିଶଗଡ଼ ଓଡ଼ିଶା ବି’କୁ, ୨୦ ତାରିଖରେ ଆସାମ ଓଡ଼ିଶା ବି’କୁ ଓ କେରଳ ଛତିଶଗଡ଼କୁ ଭେଟିବ। ୨୧ ତାରିଖରେ ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍‌ରେ ଏ’ ଗ୍ରୁପ୍‌ର ଚାମ୍ପିଅନ୍‌ ବି ଗ୍ରୁପ୍‌ର ରନର୍ସଅପ୍‌କୁ, ଏ’ ଗ୍ରୁପର ରନର୍ସଅପ, ବି ଗ୍ରୁପ୍‌ର ଚ‌ାମ୍ପିଅନ୍‌କୁ ଭେଟିବ। ଆସନ୍ତା ୨୩ ତାରିଖରେ ଏହାର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ସାମ୍ବାଦିକ ସମ୍ମିଳନୀରେ ଓସିଏ ସଂପାଦକ ଶ୍ରୀ ବେହେରାଙ୍କ ସମେତ ଓସିଏ ଉପସଭାପତି ପଙ୍କଜ ମହାନ୍ତି ଓ ଓସିଏ ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।