କଟକ: ମଧୁପାଟଣା ଟ୍ରାଫିକ୍ ଛକକୁ ଲାଗି ରହିଛି ଟ୍ରାଫିକ୍ ଟାଓ୍ବାର। କିନ୍ତୁ ସବୁଠାରୁ ଅଧିକ ଟ୍ରାଫିକ ଅବ୍ୟବସ୍ଥା ଏହି ଛକରେ ହିଁ ହେଉଛି। ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ଟ୍ରାଫିକ ଛକରେ କେବେ ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ ହେବ? ମାଛ ମାର୍କେଟରେ ଯେଉଁଠି ଅଣ ଓସାରିଆ ରାସ୍ତା ସେଠି ଅଟୋ ଚାଳକମାନେ ବେଆଇନ ପାର୍କିଂ କରୁଛନ୍ତି। ମଧୁପାଟଣା ପୁମା ସୋ ରୁମ୍ ସାମନାରେ ଅଟୋ ଚାଳକ ବେଆଇନ ଭାବେ ଲମ୍ବା ଧାଡ଼ିରେ ରାସ୍ତାରେ ପାର୍କିଂ କରୁଛନ୍ତି। ତା ଆଗକୁ ବସ୍ ଅଟକୁଛି। ଏହି ରାସ୍ତା ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ହୋଇଥିବା ବେଳେ ଟ୍ରାଫିକ ପୁଲିସ ଏମାନଙ୍କୁ ଖୋଲା ଛାଡ଼ି ଦେଇଛି କେମିତି? ଟ୍ରାଫିକ ଟାଓ୍ବାର ପଛପଟ ଅବସ୍ଥା ଆହୁରି ଦୟନୀୟ।
ଅଟୋ ଓ ବସ୍ ଏହି ଅଞ୍ଚଳରେ ବେଆଇନ ପାର୍କିଂ କରୁଥିବା ବେଳେ ଏକ ବାଲି ବୋଝେଇ ଟ୍ରକ୍ ଗଲା ଏକ ମାସ ହେବ ପୁଲିସ ଦ୍ବାରା ଜବତ ହୋଇ ରାସ୍ତା ଉପରେ ପଡ଼ି ରହିଛି। ସଙ୍କୁଚିତ ରାସ୍ତାରେ ଏହି ଟ୍ରକ ପଡି ରହିଥିବା ବେଳେ ତାହାକୁ ସେଠାରୁ ହଟାଇବାକୁ ବି ପୁଲିସ ଚିନ୍ତା କରୁନି। ଅରୁଣୋଦୟ ମାର୍କେଟ ଏଲଆଇସି ଅଫିସ ନିକଟରୁ ଲିଙ୍କରୋଡ ବିଏସଏନଏଲ୍ ଅଫିସ ଯାଏ ରାସ୍ତା ପାର୍ଶ୍ବରେ ବସ୍ ଘଣ୍ଟା ଘଣ୍ଟା ଧରି ବେଆଇନ ପାର୍କିଂ କରୁଥିବା ବେଳେ ଏଥି ପ୍ରତି ବି ଟ୍ରାଫିକ ପୁଲିସ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛି। ଏ କ୍ଷେତ୍ରରେ ପୁଲିସର ଅଦ୍ଭୂତପୂର୍ବ ନିରବତାକୁ ନେଇ ସାଧାରଣରେ ସନ୍ଦେହ ବଢିବା ସହିତ ପ୍ରତିକ୍ରିୟା ବି ବଢୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/TRAFFIC_-MADHUPATANA-THANA-SAMUKHA-2.jpg)