କଟକ: ଓଏମ୍ପି ଛକରେ ଚାଉଳିଆଗଞ୍ଜ ଥାନା ସାମ୍ନା ଓ ୬ଷ୍ଠ ବାଟାଲିୟନ୍ ମୁଖ୍ୟ ଗେଟ୍ ସାମ୍ନାରେ ଦୁଇଟି ଅଟୋ ଷ୍ଟାଣ୍ଡ୍ କମିସନରେଟ୍ ପୁଲିସ ପକ୍ଷରୁ ଚିହ୍ନଟ କରାଯାଇଛି। ଏହି ଦୁଇ ସ୍ଥାନ ବାଦ୍ ଅନ୍ୟ କୌଣସି ସ୍ଥାନରେ ଅଟୋଚାଳକ ଗାଡ଼ି ପାର୍କିଂ କରିପାରିବେ ନାହିଁ। ଅଥଚ ସମ୍ରାଟ ସିନେମା ହଲ୍ ପଟୁ ଆସୁଥିବା ଅଟୋ ଓଏମ୍ପି ଓଭରବ୍ରିଜ୍ ଗଡ଼ା ଶେଷମୁଣ୍ଡର ବାମପାର୍ଶ୍ବ, ଓଭର୍ବ୍ରିଜ୍ ଗଳି ସାମ୍ନା, ପାରଳା ମହାରାଜ ପାର୍କ ଚାରିପଟେ ଗାଡ଼ି ପାର୍କିଂ କରୁଛନ୍ତି। ସମ୍ରାଟ ସିନେମା ହଲ୍ ଆଡ଼ୁ ଆସୁଥିବା ବଡ଼ ଗାଡ଼ିଗୁଡ଼ିକ ଏହି ରାସ୍ତାରେ ସହଜରେ ଯାତାୟାତ କରିପାରୁନାହିଁ। ଯାହାକି ଭିଡ଼ ସୃଷ୍ଟି ହେବାର ପ୍ରମୁଖ କାରଣ କୁହାଯାଉଛି। ସେହିଭଳି ସମ୍ରାଟ ସିନେମା ହଲ୍ ଆଡ଼ୁ ଆସୁଥିବା ବସ୍ ଓଏମ୍ପି ଡାକ ବଙ୍ଗଳା ସାମନାରେ ଥିବା ବସ୍-ବେ’ ରହି ଯାତ୍ରୀଙ୍କୁ ଉଠାଇବା କଥା। ଅଥଚ କୌଣସି ବସ୍ ବେ’ ଭିତରକୁ ଯାଉନାହିଁ।
Sambadରାସ୍ତା ଉପରେ ଛିଡ଼ା କରି ଯାତ୍ରୀଙ୍କୁ ଉଠାଉଥିବା ଦେଖିବାକୁ ମିଳୁଛି। ସେଠି ବସ୍କୁ ଅଟକାଇ ଅଯଥା ଭିଡ଼ ସୃଷ୍ଟି କରାଯାଉଛି। ସେହିପରି ଶିଖରପୁର ଆଡ଼ୁ ଆସୁଥିବା କଲିକତା ରୁଟ୍ର ବସଗୁଡ଼ିକ ଜେକେବିକେ କଲେଜ ସାମ୍ନାରେ ଓଭର ବ୍ରିଜ୍ ତଳଯାଏ ବେଆଇନ ପାର୍କିଂ କରୁଛନ୍ତି। ଏଠାରେ ବସ୍ ରଖିବା ସମ୍ପୂର୍ଣ୍ଣ ନିଷେଧ ରହିଛି। ସେହିଭଳି ୬ଷ୍ଠ ବାଟାଲିୟନ୍ ଗେଟ୍ ସାମନାରୁ ଓଏମ୍ପି ମସଜିଦ୍ ପର୍ଯ୍ୟନ୍ତ ପାରାଦୀପ ଓ ଜଗତସିଂହପୁର ରୁଟ୍ରେ ବସ୍ ଅଟକି ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି। ଏଠି କେବଳ ବସ ନୁହେଁ, ଅଟୋ ଓ ଟାଟା ମ୍ୟାଜିକ୍ ବି ବେଆଇନ୍ ପାର୍କିଂ କରୁଛି। ଯାହା ଫଳରେ କଟକ-ପାରାଦୀପ ରାସ୍ତାର ଆରମ୍ଭରୁ ଭିଡ଼ ସୃଷ୍ଟି ହେଉଛି। ଏଭଳି ବେଆଇନ ପାର୍କିଂ ବିରୋଧରେ ଟ୍ରାଫିକ୍ ପୁଲିସ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ? ଏହି ଅଞ୍ଚଳରେ ଅଟୋ ଓ ବସ୍ ଚାଳକଙ୍କ ବିରୋଧରେ କୋହଳ ମନୋଭାବ ରହୁଥିବାରୁ ସେମାନେ ରାସ୍ତାରେ ମନମାନି ଚଳାଇଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/OMP-RE-TRAFFIC-SAMASYA-32.jpg)