ଭୁବନେଶ୍ବର: ନିକଟରେ ଆରଟିଓରୁ ଏକ ଫାଇନ୍ ମେସେଜ୍ ମୋବାଇଲକୁ ଆସିବା ପରେ ଜଣେ ଗାଡି ମାଲିକଙ୍କ ନିଦ ହଜିଯାଇଛି । ରାଜଧାନୀର ଡୁମଡୁମା ଅଞ୍ଚଳରେ ବସବାସ କରୁଥିବା ପୀତବାସ ନାୟକଙ୍କ ସହିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଗତ ୨୭ ତାରିଖ ସକାଳ ୧୦ଟା ୫୬ ମିନିଟରେ ପୀତବାସଙ୍କ ମୋବାଇଲକୁ ଆରଟିଓ ପକ୍ଷରୁ ଏକ ମେସେଜ ଆସିଥିଲା। ଏହି ମେସେଜଟି ଏକ ଫାଇନ୍ ମେସେଜ ଥିବା ସେ ଦେଖିବାକୁ ପାଇଥିଲେ। ତାଙ୍କ ଗାଡ଼ି ଘରୁ ବାହାରି ନଥିବା ବେଳେ କିଭଳି ଧରାପଡ଼ି ଫାଇନ୍ ହେଲା ତାହା ସେ ବୁଝି ପାରି ନଥିଲେ।
ଏହାପରେ ପୀତବାସ ଏହି ଘଟଣା ସମ୍ପର୍କରେ ବୁଝିବାକୁ କଟକ ଆରଟିଓଙ୍କ ପାଖକୁ ଯାଇଥିଲେ କିନ୍ତୁ ସେଠାରେ ସେ ଦୁର୍ବ୍ୟବହାରର ଶିକାର ହୋଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ଆରଟିଓ ବାବୁ ତାଙ୍କୁ ଗିରଫ କରି ନେବେ ବୋଲି ବି ଧମକ ଦେଇଥିଲେ।
ଏହି ଘଟଣାକୁ ନେଇ ପୀତବାସଙ୍ ଅଭିଯୋଗ କରି କହିଛନ୍ତି, ତାଙ୍କର ଗାଡି ନମ୍ବରକୁ ଅନ୍ୟ କୌଣସି ଚୋରା ଗାଡି ବ୍ୟବହାର କରିଛି । ତେବେ ଫଟୋ ଉଠିଥିବା ସେହି ଚୋରା ଗାଡିକୁ ପ୍ରଥମେ ଧରାଯାଉ । ତାଙ୍କର ଗାଡି କମର୍ସିଆଲ୍ ହୋଇଥିବା ବେଳେ ଟ୍ରାଫିକ୍ ନିୟମ ଉଲଂଘନ କରି ଆରଟିଓଙ୍କ କ୍ୟାମେରାରେ ଆସିଥିବା ଗାଡି କିନ୍ତୁ ପ୍ରାଇଭେଟ୍ ବେଲି ଜଣାପଡ଼ିଛି ।
ଏହି ଘଟଣାରୁ ସ୍ପଷ୍ଟ ହେଉଛି ସହରରେ ବୁଲୁଥିବା ଅନେକ ଗାଡ଼ି ମଧ୍ୟରେ ଚୋରା ଗାଡି ବି ବୁଲୁଛି । ଆଉ ଏହା ପଛରେ କୌଣସି ରାକେଟ୍ ବି କାମ କରୁଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏସବୁର ପର୍ଦ୍ଦାଫାଶ ହେବା ଜରୁରୀ ବୋଲି ପୀତବାସ ଦାବି କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/2-34.jpg)