କଟକ: ଟିକା ଆସି ପହଞ୍ଚିଗଲାଣି। ହେଲେ କେମିତି ଦିଆଯିବ ଟିକା, କେମିତି ପରିଚାଳନା ହେବ ବ୍ୟବସ୍ଥା, ସେ ସଂପର୍କରେ ଆଜି ଏସ୍ସିବିରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏସ୍ସିବିର ୨୮ଜଣ ଡାକ୍ତର, ୪୪ଜଣ ଷ୍ଟାଫ୍ ନର୍ସ ଓ ସୁରକ୍ଷାକର୍ମୀଙ୍କୁ ତାଲିମ୍ ଦିଆଯାଇଥିଲା।
କଟକ ଜିଲ୍ଲାରେ ଏସ୍ସିବି ସମେତ ୧୧ଟି ସ୍ଥାନରେ ଟିକାକରଣ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସିଡିଏମ୍ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/COVID-VACCINE-PAIN-SCB-RE-PRASTUTI-BAITHAKA-3.jpg)