କିନ୍ନରଙ୍କୁ ପ୍ରେମ କରି ହତ୍ୟା; ପ୍ରେମିକ ଗିରଫ

କଟକ: ସିଲଭରସିଟିରେ ଅଭାବନୀୟ ଦୃଶ୍ୟ। କିନ୍ନରଙ୍କୁ ଭଲପାଇ ୩ ବର୍ଷ ଲିଭ୍ଇନ୍ ରିଲେସନରେ ରହିବା ପରେ ହତ୍ୟା କରିଛି ପ୍ରେମିକ। ଏନେଇ ଅଭିଯୁକ୍ତ ବାଙ୍କୁଳି ନାମକ ଜଣେ ଯୁବକକୁ ଗିରଫ କରିଛି ମାଲଗୋଦାମ ଥାନା ପୁଲିସ। ସୂଚନା ଅନୁସାରେ ତାରା ସାହୁ ନାମକ ଜଣେ କିନ୍ନର ମାଲଗୋଦାମ କିନ୍ନର ବସ୍ତିରେ ରହୁଥିଲେ। ଏହାପରେ ଭଦ୍ରକରୁ ଆସି କଟକରେ ରହୁଥିବା ବାଙ୍କୁଳି ଓରଫ ପ୍ରତାପ ଦାସଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ଲିଭଇନ୍ ରିଲେସନସିପରେ ରହିବା ଆରମ୍ଭ କରିଥିଲେ ଉଭୟ। ତେବେ ସବୁ କିଛି ଠିକ ଥିଲା ହେଲେ ମାର୍ଚ୍ଚ ୩୧ ତାରିଖରେ କୌଣସି କାରଣକୁ ନେଇ ବାଙ୍କୁଳି ଏବଂ ତାରାଙ୍କ ମଧ୍ୟରେ ବଚସା ହୋଇଥିଲା।

ଏହାପରେ ପ୍ରେମିକ ବାଙ୍କୁଳି ତାରାଙ୍କୁ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା। ଏହାପରେ ଭଉଣୀ ମଞ୍ଜୁ ସାହୁ ତାରାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ଏସସିବିରେ ଭର୍ତ୍ତି କରିବା ସହ ସ୍ଥାନୀୟ ମାଲଗୋଦାମ ଥାନାରେ ମାମଲା ରୁଜୁ କରିଥିଲେ। ତେବେ ଚଳିତ ମାସ ୯ ତାରିଖରେ ଡାକ୍ତରଖାନାରେ ଆଖି ବୁଜିଛନ୍ତି ତାରା। ଏନେଇ ପୁଲିସ ତଦନ୍ତ କରି ଗତକାଲି ଅଭିଯୁକ୍ତ ବାଙ୍କୁଳିକୁ ଗିରଫ କରିବା ପରେ ଆଜି କୋର୍ଟଚାଲାଣ କରିଛି। ଏଥିସହ ବାଙ୍କୁଳି ନିକଟରୁ ମାରଣାସ୍ତ୍ର ଜବତ କରିଛି ପୁଲିସ।

ସମ୍ବନ୍ଧିତ ଖବର