କଟକ: କାଠଯୋଡ଼ି ନଦୀ ବ୍ରିଜ ନିକଟରେ ଅଘଟଣ। ଭାରସାମ୍ୟ ହରାଇ ନଦୀ ମଧ୍ୟକୁ ମାଡ଼ିଗଲା ମାଛ ବୋଝଇ ଟ୍ରକ। ଆନ୍ଧ୍ରରୁ ଟାଟା ଅଭିମୁଖେ ମାଛ ନେଇ ଯାଉଥିବା ବେଳେ ଘଟିଛି ଏହି ଅଘଟଣ। ପ୍ରାଥମିକ ତଦନ୍ତରୁ କୌଣସି ମୃତାହତ ଖବର ମିଳିନଥିବା ବେଳେ ଟ୍ରକଟିର ପ୍ରଭୂତ କ୍ଷତି ହୋଇଛି। ଉଭୟ ଟ୍ରକ ଡ୍ରାଇଭର ଓ ହେଲ୍ପରଙ୍କର କୌଣସି କ୍ଷତି ହୋଇନାହିଁ।
ତେବେ ମାଛ ପେଟିଗୁଡିକୁ ଅନ୍ୟ ଏକ ଗାଡ଼ିକୁ ସ୍ଥାନାନ୍ତର କରାଯାଇଛି। ମାଛ ପେଟିଗୁଡିକ ଅନଲୋଡ ସରିବା ପରେ ହିଁ ୨୦ ଫୁଟ ତଳେ ଥିବା ଟ୍ରକଟିକୁ ଉଦ୍ଧାର କରାଯିବ। ତେବେ ଡ୍ରାଇଭରଙ୍କ ସୂଚନା ଅନୁଯାୟୀ ଷ୍ଟ୍ରେରିଂ ଫେଲ ହୋଇଯିବାରୁ ତାଙ୍କର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଗାଡ଼ି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Untitled-18.png)