ସ୍କରପିଓରୁ ଗଞ୍ଜେଇ ଜବତ; ୨ ଗିରଫ

କଟକ: ସିଲଭର ସିଟିରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ। ଏକ ଦାମୀ ସ୍କରପିଓ ମଧ୍ୟରୁ ୮୦ କେଜି ଗଞ୍ଜେଇ ଜବତ ହୋଇଛି। ଯାହାର ମୂଲ୍ୟ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଅଭିଯୁକ୍ତ ଦୁଇ ଜଣକ ନୟାଗଡ ଜିଲ୍ଲାର ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଫୁଲନଖରାରୁ ଲିଙ୍କରୋଡ ମଧ୍ୟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ଦାମୀ ସ୍କରପିଓ ସନ୍ଦେହ ପରିସରକୁ ଆସିଥିଲା। ଏହାପରେ ଗାଡିକୁ ଅଟକାଇ ଛାନଭିନ କରାଯିବାରୁ ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା ।

ସମ୍ବନ୍ଧିତ ଖବର