କଟକ: ସିଲଭର ସିଟିରେ ଅପରାଧ କାୟା ବିସ୍ତାର କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ନକଲି କାରଖାନା ଚିହ୍ନଟ ହେଉଥିବା ବେଳେ ଆଜି ମଙ୍ଗଳବାର ତ୍ରିଶୂଳିଆ ଛକ ନିକଟରୁ ୧୨୫ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଜବତ ହୋଇଥିବା ଗଞ୍ଜେଇର ହାରାହାରି ମୂଲ୍ୟ ସାଢ଼େ ୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏକ ଟାଟା ସୁମୋ ଗାଡ଼ିରେ ବେଆଇନ ଚାଲାଣ କରାଯାଉଥିବା ବେଳେ ଜିଲ୍ଲା ଅବକାରୀ ବିଭାଗ ଏହାକୁ ଜବତ କରିଛି।
ଶ୍ରୀକାକୁଲମରୁ ବିହାର ଚାଲାଣ କରାଯାଉଥିଲା ଏହି ଚୋରା ଗଞ୍ଜେଇ। ତେବେ ସମସ୍ତଙ୍କ ନଜର ହଟାଇବା ପାଇଁ ଦାମୀ କାରରେ ଏହି ଚୋରା ଗଞ୍ଜେଇ ଚାଲାଣ କରାଯାଉଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ରାଜକୁମାର ପଣ୍ଡିତ ଓ ଚନ୍ଦନ କୁମାର। ତେବେ ସେମାନେ ବିହାର ବାସିନ୍ଦା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଅଭିଯୁକ୍ତମାନେ ଆଉ କେଉଁ ସ୍ଥାନକୁ ଏହି ଚୋରା ଗଞ୍ଜେଇ ଚାଲାଣ କରୁଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ପୁଲିସ ଅଭିଯୁକ୍ତଙ୍କୁ ପଚରା ଉଚୁରା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/WhatsApp-Image-2021-04-06-at-7.40.08-PM.jpeg)