କଟକ: ପୁଲିସ ହ୍ୟାଣ୍ଡକପରେ ଭେଟରାନ ଲୁଟେରା ଗ୍ୟାଙ୍ଗ। କୁଖ୍ୟାତ ଲୁଟେରାଙ୍କ ସରଦାର ବାବା ଗିରଫ। ଏକ ଚେନ ଲୁଟ ମାମଲାରେ ବାବା ଓ ସାଥୀ ଦିପୁକୁ ଗିରଫ କରିଛି ଜଗତପୁର ଥାନା ପୁଲିସ । ଏହାସହ ଗୋଟିଏ ବାଇକ , ଦୁଇଟି ସୁନା ଚେନ ଯାହାର ମୂଲ୍ୟ ୧ ଲକ୍ଷ ୪୫ହଜାର ଓ ଦାମୀ ମୋବାଇଲ ଜବତ କରିଛି ପୁଲିସ ।
ସୂଚନା ଅନୁସାରେ, ଜଗତପୁର ଅଞ୍ଚଳର ଆଲୋକ ଚନ୍ଦ୍ର ଲେଙ୍କାଙ୍କ ଅଭିଯୋଗ କ୍ରମେ, ତାଙ୍କ ମାଆ ନିକଟସ୍ଥ କୃଷ୍ଣ ମନ୍ଦିରରୁ ଫେରିଲା ବେଳେ ଦୁଇଟି ଅଜଣା ଲୋକ ଆସି ତାଙ୍କ ଚେନ ଲୁଟି ଫେରାର ହୋଇଯାଇଥିଲେ । ତେବେ ଘଟଣା ଘଟିବା ପରେ ସ୍ଥାନୀୟ ଥାନାରେ ଏତଲା ପରେ ଉଭୟଙ୍କୁ ଖୋଜିଥିଲା ପୁଲିସ। ଶେଷରେ ଭେଟରାନ ଲୁଟେରା ବାବୁ ଓ ସାଥୀ ଦିପୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ବାବୁ ନାଁରେ ବିଭିନ୍ନ ଜିଲ୍ଲାରେ ୪୦ ରୁ ଅଧିକ ମାମଲା ରହିଥିଲା ବେଳେ ଦିପୁ ନାଁରେ ୪ଟି ମାମଲା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Untitled-2.png)