କଟକ: ମହାନଗର ନିଗମରେ ନୂଆ ଡେପୁଟି କମିସନର ଭାବେ ଦୁଇଜଣ ଅଧିକାରୀ ଯୋଗଦାନ କରିଛନ୍ତି। ଓଡ଼ିଶା ପ୍ରଶାସନିକ ଅଧିକାରୀ ମଧୁସ୍ମିତା ସିଂ ଓ ଓଡ଼ିଶା ରାଜସ୍ବ ଅଧିକାରୀ ଶଶିଭୂଷଣ ମିଶ୍ର ନୂଆ ସିଏମ୍ସିର ଡେପୁଟି କମିସନର ଭାବେ ଦାୟିତ୍ବ ନେଇଛନ୍ତି। ଡେପୁଟି କମିସନର ମଧୁସ୍ମିତା ସିଂ ସିଏମ୍ସିର ସର୍ଭିସ ପାଭିଲିୟନ୍ ଦାୟିତ୍ବ ସହିତ ଟ୍ୟାକ୍ସ ସଂଗ୍ରହ ବିଷୟ ବୁଝିବେ।
ସେହିପରି ଶ୍ରୀ ମିଶ୍ର ଆଜି ସିଏମ୍ସିରେ ଯୋଗ ଦେଇଥିବା ବେଳେ ଆସନ୍ତାଦିନରେ ନିଗମ ପକ୍ଷରୁ ତାଙ୍କୁ ଦାୟିତ୍ବ ଦିଆଯିବ ବୋଲି ନିଗମର ଯୁଗ୍ମ କମିସନର ସୁମିତ୍ରା ସରକାର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/CMC2091633.jpg)