ଏସ୍‌ସିବିରେ ଗୋଟିଏ ଦିନରେ ଅଲଟ୍ରାସାଉଣ୍ଡ୍‌ କରିବାକୁ ଦାବି

କଟକ: ବଡ଼ ଡାକ୍ତରଖାନାରେ ଅଲ୍‌ଟ୍ରାସାଉଣ୍ଡ୍‌ ‌ପାଇଁ ରୋଗୀମାନଙ୍କୁ ୧୦/୧୫ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ଏହି ସେବା ଗୋଟିଏ ଦିନରେ ମିଳିବାର ବ୍ୟବସ୍ଥା କରିବା ପାଇଁ ଉତ୍କଳ ସର୍ବୋଦୟ ମଣ୍ଡଳର ପକ୍ଷରୁ ଦାବି କରାଯାଇଛି। ଏ ନେଇ ସର୍ବୋଦୟ ମଣ୍ଡଳର ସମ୍ପାଦକ ରମାକାନ୍ତ ମଣ୍ଡଳ ଓ ଇନ୍ଦୁମତି ସାହୁ ବଡ଼ ଡାକ୍ତରଖାନା ରଞ୍ଜନରଶ୍ମି ବିଭାଗ ମୁଖ୍ୟଙ୍କୁ ଭେଟି ଶତାଧିକ ରୋଗୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ, ଏସ୍‌ସିବିକୁ ଓଡ଼ିଶା ଓ ବାହାର ରାଜ୍ୟରୁ ବହୁ ରୋଗୀ ଚିକିତ୍ସିତ ହେବାକୁ ଆସିଥାନ୍ତି।

ଏଠାରେ ଯେଉଁମାନଙ୍କର ଅଲଟ୍ରାସାଉଣ୍ଡ୍‌ ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି। ସେମାନଙ୍କୁ ଅଲଟ୍ରାସାଉଣ୍ଡ୍‌ କରାଇବାକୁ ୧୦/୧୫ ଦିନ ଅପେକ୍ଷା କରିବାକୁ ପଡ଼ିଥାଏ। ଏଥିପାଇଁ ସେମାନଙ୍କୁ ବହୁ ଖର୍ଚାନ୍ତ ହେବାକୁ ପଡ଼ିଥାଏ। ଏଣୁ ସେମାନଙ୍କୁ ଗୋଟିଏ ଦିନରେ ଏହ‌ି ସୁବିଧା ଉପଲବ୍‌ଧ କରାଇବା ପାଇଁ ସଂଗଠନ ଦାବି କରିଛି।

ସମ୍ବନ୍ଧିତ ଖବର